ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

ନାଟ୍ୟ ନିର୍ଦ୍ଦେଶକ ସଂଘର ବାର୍ଷିକ ଉତ୍ସବ ଓ କର୍ମକର୍ତ୍ତା ଚୟନ

Published By : Prameya | January 17, 2025 8:59 PM

ବ୍ରହ୍ମପୁର,୧୭/୧ :  ଓଡିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ଗଞ୍ଜାମ ଶାଖାର ଦ୍ଵିତୀୟ ବାର୍ଷିକ ଉତ୍ସବ ସଂଘ ସଭାପତି ରମେଶ ମହାରଣାଙ୍କ ଅଧ୍ୟକ୍ଷତାରେ ଗୁରୁବାର ବ୍ରହ୍ମପୁର ପ୍ରକାଶମ ହଲଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଆଗାମୀ ଦୁଇ ବର୍ଷ ପାଇଁ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି । ସଂଘର ସଭାପତି ଭାବେ ରାଜଗୋପାଳ ପାଢ଼ୀ, ଉପସଭାପତି ଭାବେ ଭାଗିରଥୀ ସ୍ୱାଇଁ, ସମ୍ପାଦକ ଭାବେ ଭାସ୍କର ସେନାପତି, ସହ-ସମ୍ପାଦକ ଭାବେ ନବୀନ ହୋତା, କୋଷାଧ୍ୟକ୍ଷ ଭାବେ ଗୌତମ ବାଡ଼ତ୍ୟା ଏବଂ ସାଙ୍ଗଠନିକ ସଚିବ ଭାବେ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ମନୋନୀତ କରାଯାଇଛି । 

"ଗୁରୁଙ୍କ ପାଇଁ ଲଷ୍ମଣରେଖା" ବିଷୟ ସମ୍ବଳିତ ନାଟ୍ୟ ଆଲୋଚନା ଓ କର୍ମକର୍ତ୍ତା ଚୟନ ପରେ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ବରିଷ୍ଠ ନାଟ୍ୟକାର ମେଜର ରମା ରମଣ ପାଢ଼ୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବାବେଳେ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡା.ତିରୁପତି ସାହୁ,ମଦନ ମିଶ୍ର, ବୃକ୍ଷ ମଣିଷ ସୁବାସ ମହାରଣା ପ୍ରମୂଖ  ଉପସ୍ଥିତ ଥିଲେ । ସଂଘ ସମ୍ପାଦକ ସୁଶାନ୍ତ ପଟ୍ଟନାୟକ ବାର୍ଷିକ ବିବରଣୀ ପଠନ କରିଥିଲେ । ଏନ. ରାମବାବୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସ୍ବପନେଶ୍ୱର ପ୍ରଧାନ  ଧନ୍ୟବାଦ ଅର୍ପଣ କରିଥିଲେ ।  ନାଟ୍ୟ ନିର୍ଦ୍ଦେଶକ ସଂଘର ଦ୍ଵିତୀୟ ବାର୍ଷିକ ଉତ୍ସବ ଅବସରରେ ସିଙ୍ଗିପୁର ସ୍ଥିତ ମାଁ ବାହୁତି ନାଟ୍ୟସଂସଦ ତରଫରୁ ନାଟ୍ୟକାର ଓ ନିର୍ଦ୍ଦେଶକ ଭାସ୍କର ସେନାପତି ନାଟକ"ଏଫଆଇଆର"ମଂଚସ୍ଥ ହୋଇଥିଲା । ନାଟକରେ ପପୁ ଗୌଡ଼, କାଳୁଚରଣ ପୋଲେଇ,ରାଜେଶ ପୋଲେଇ,ଚିତ୍ରସେନ ତରେଇ,ଦୀପକ ବେହେରା, ଦୀପକ ସ୍ୱାଇଁ ପ୍ରମୁଖ ଅଭିନୟ କରିଥିଲେ ।

ନାଟକରେ ନିରଞ୍ଜନ ବେହେରା,ସନ୍ତୋଷ ନାୟକ,କୁମୁଦ ଜାଲି ସଙ୍ଗୀତ ଦାୟିତ୍ୱ ତୁଲାଇଥିଲେ । ଆନନ୍ଦ ବିଶୋଇ, ସୂର୍ଯ୍ୟ ନାରାୟଣ ଭୂୟାଁ ଓ ଅଭିରାମ ଭୂୟାଁ ନାଟକରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ବିଜୟ ପାତ୍ର, ରମାକାନ୍ତ ଆଚାର୍ଯ୍ୟ, ସଦାନନ୍ଦ ରଣା ରବୀନ୍ଦ୍ର ଗୌଡ଼, ରବୀନ୍ଦ୍ର ପାତ୍ର, ଉପେନ୍ଦ୍ର ପରିଡା, ହରୀକୃଷ୍ଣ ପରିଡା, ଡେନମ କୁମାରଙ୍କ ସହ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ସହଯୋଗ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପିଲାଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.