ମୁମ୍ବାଇ,୧୪/୦୭:ବିଗ୍ ବସ୍ ଫେମ୍ ତଥା ଅଭିନେତ୍ରୀ କଶିଶ କପୁରଙ୍କ ମୁମ୍ବାଇ ଅନେ୍ଧରୀ ସ୍ଥିତ ଘରୁ ଚୋରି ହୋଇଛି । ତାଙ୍କ ଚାକର ପ୍ରାୟ ୪ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ନେଇ ପଳାଇଥିବା ସେ ଅମ୍ବୋଲି ଥାନାରେ ଏତଲା ଦେଇଛନ୍ତି । ପୁଲିସ କହିଛି, କଶିଶଙ୍କ ଘରେ କାମ କରୁଥିବା ସଚିନ କୁମାର ଚୌଧୁରୀ ନାମକ ଜଣେ ବ୍ୟକ୍ତି ୪ ଲକ୍ଷ ନଗଦ ଟଙ୍କା ନେଇଯାଇଛନ୍ତି । ଏ ନେଇ ମାମଲା ରୁଜୁ ହେବା ସହ ଅମ୍ବୋଲି ପୁଲିସ ଏବଂ କ୍ରାଇମ ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତଙ୍କ ସନ୍ଧାନରେ ଲାଗିଛି ।
ବିହାରର ମୂଳବାସିନ୍ଦା କଶିଶ ଅନେ୍ଧରୀର ଆଜାଦ ନଗରରେ ବୀରା ଦେଶାଇ ରୋଡ୍ ସ୍ଥିତ ନ୍ୟୁ ଆମ୍ବିଓଲି ସୋସାଇଟିରେ ରହୁଛନ୍ତି । ସେ ଅନେକ ଟେଲିଭିଜନ ଶୋ’ରେ ଅଭିନୟ କରିଛନ୍ତି । ଲୋକପ୍ରିୟ ରିଅଲିଟି ଶୋ’ ବିଗ୍ ବସ୍ରେ ମଧ୍ୟ ସେ ପ୍ରତିଯୋଗିତା କରିଥିଲେ । ସୂଚନା ଅନୁସାରେ, ସଚିନ କୁମାର ପ୍ରାୟ ୫ ମାସ ଧରି କଶିଶଙ୍କ ଘରେ କାମ କରୁଥିଲେ । ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ସେ କାମ ସାରି ପଳାଉଥିଲେ । ଅଭିଯୋଗ ମୁତାବକ, କଶିଶ ଆଲମିରାର ଏକ ଥାକରେ ୭ ଲକ୍ଷ ନଗଦ ଟଙ୍କା ରଖିଥିଲେ । ଗତ ୯ ତାରିଖରେ ସେ ବିହାରରେ ଥିବା ତାଙ୍କ ମା’ଙ୍କ ନିକଟକୁ ଟଙ୍କା ପଠାଇବା ଲାଗି ଆଲମିରା ଖୋଲିଥିଲେ । କିନ୍ତୁ ସେଠାରେ ମାତ୍ର ଅଢ଼େଇ ଲକ୍ଷ ଟଙ୍କା ଥିବା ଦେଖିବାକୁ ପାଇôଥଲେ । ସେ ଘରେ ଖୋଜାଖୋଜି କରିଥିଲେ ହେଁ ଟଙ୍କା ମିଳି ନ ଥିଲା । ପଚରାଉଚରା କରିବାରୁ ସଚିନ ଘାବରେଇ ଯାଇଥିଲେ । ଏଥିସହ ସଚିନ ଚୋରି କରି ନ ଥିବା ମଧ୍ୟ କହିଥିଲେ । କଶିଶ ତାଙ୍କ ପକେଟ ଯାଞ୍ଚ କରିବାକୁ ଯିବା ବେଳେ ସଚିନ ସେଠାରୁ ଖସି ପଳାଇଥିଲେ । ତେଣୁ ସନ୍ଦେହରେ କଶିଶ ତାଙ୍କ ନାଁରେ ଏତଲା ଦେଇଛନ୍ତି ।