ଉଦଳା,୦୪/୧୦: ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶିଲା ଦୁର୍ବୃତ୍ତ । ସିସିଟିଭି ଉପରେ ନଜର ପଡିବାରୁ ସିସିଟିଭିରେ ଗାମୁଛା ଗୁଡ଼ାଇ ଘର ଭିତରେ ପଶି ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍ । କପ୍ତିପଦା ଥାନା ଗଡ଼ସାହି ଗ୍ରାମର ନାରାୟଣ ଦାସବାବୁଙ୍କ ଘରୁ ଏହି ଲୁଟ୍‌ ହୋଇଛି ।

ସୂଚନା ମୁତାବକ, ଗଡ଼ସାହି ଗ୍ରାମର ନାରାୟଣ ଦାସବାବୁ ସେପ୍ଟେମ୍ବର ୨୮ ତାରିଖରେ ଆଖି ଅପରେସନ କରିବା ପାଇଁ ଭୁବନେଶ୍ବର ଯାଇଥିଲେ । ଅକ୍ଟୋବର ୩ ତାରିଖ ଅର୍ଥାତ ଗୁରୁବାର ଘରେ ପହଞ୍ଚିବା ପରେ ଘର ଗେଟ ତାଲା ଭଙ୍ଗି ଲୁଟ୍ ହୋଇଥିବାର ଜାଣିବାକୁ ପାଇଥିଲେ । ଏହା ଦେଖି ତୁରନ୍ତ କପ୍ତିପଦା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଆରମ୍ଭ କରିଛି ।  

ଲୁଟେରା ଘର ଭିତରକୁ ପଶିବା ପୂର୍ବରୁ ସିସିଟିଭିରେ ଗାମୁଛା ଗୁଡ଼ାଇ ଘରେ ପଶି ଲୁଟ କରିଥିଲା । ଘର ଭିତର ଆଲମୀରା ଭାଙ୍ଗି ୨୦ ହଜାରରୁ ଉର୍ଦ୍ଧ ଟଙ୍କା ସହିତ ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛି ଦୁର୍ବୃତ୍ତ । ତେବେ ଏହି ଲୁଟ୍‌ରେ କେତେ ଜଣ ଲୁଟେରା ସାମିଲ ରହିଛନ୍ତି ତାହାର ତଦନ୍ତ କରୁଛି ପୋଲିସ ।