ବିନିକା, ୧୮।୧୧: ବିଭିନ୍ନ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଚୋରି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ସହରରେ ଥିବା ବଡ଼ବନ୍ଧ ଶିବ ମନ୍ଦିର, ନୂଆପଡ଼ା ଶନି ମନ୍ଦିରରୁ ଦାନବାକ୍ସ ଭାଙ୍ଗି ଲୁଟ୍ ହୋଇଛି । ଉଭୟ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି ।
କେବଳ ଏହି ମନ୍ଦିର ନୁହେଁ, ତରଭା ବ୍ଲକ ସାମ୍ନାରେ ଥିବା ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଦୋକାନରୁ ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଛି । ଏନେଇ ତରଭା ଥାନାରେ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ତରଭା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।