ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଏହି ଦେଶରେ ୪ଟି ୬ଟି ନୁହେଁ... ଅନୁଭୂତ ହୁଏ ୭୨ଟି ଋତୁ

Published By : Rasmita Pradhan | January 17, 2025 11:25 AM

ନୂଆଦିଲ୍ଲୀ, ୧୭/୦୧ : ଆମେ ମୁଖ୍ୟତଃ ୪ଟି ଋତୁ ଅନୁଭବ କରୁ। ଗ୍ରୀଷ୍ମ, ବର୍ଷା, ଶରତ ଏବଂ ବସନ୍ତ। ତେବେ ଭୌଗୋଳିକ ଅବସ୍ଥାନ ହେତୁ ଋତୁ ବଦଳେ। କେଉଁଠି ଗରମ ହେଉଥିବା ବେଳେ ଆଉ କେଉଁଠି ଥଣ୍ଡା ଅନୁଭୂତ ହୁଏ। ଜଳବାୟୁ ଦୃଷ୍ଟିରୁ ଭାରତରେ ୬ଟି ଋତୁ ଅନୁଭୂତ ହୁଏ। ସେହିପରି ଚୀନରେ ୨୪ଟି ଋତୁ ଅନୁଭୂତ ହୁଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠି ୪ଟି କି ୬ଟି ନୁହେଁ ୭୨ଟି ଋତୁ ଅନୁଭୂତ ହୁଏ। ବର୍ଷାସାରା ଏଠାରେ ଭିନ୍ନଭିନ୍ନ ଋତୁ ଲୋକଙ୍କୁ ପ୍ରଭାବିତ କରେ। ତେବେ ଜାଣନ୍ତୁ ଏହି ଖାସ୍ ଦେଶ ବିଷୟରେ...

ଏହି ସୁନ୍ଦର ଦେଶର ନାମ ହେଉଛି ଜାପାନ। ହଁ ଆଜ୍ଞା ଜାପାନରେ ୭୨ଟି ଋତୁ ଅନୁଭୂତ ହୁଏ। ଜାପାନୀ କ୍ୟାଲେଣ୍ଡରରେ କେବଳ ୪ଟି ଋତୁ ଅଛି। ସମସ୍ତ ଋତୁଗୁଡିକ ୬ ଭାଗରେ ବିଭକ୍ତ, ଯାହା ୨୪ ଉପ-ଋତୁ ତିଆରି କରେ। ଉପ-ଋତୁ ଗୁଡିକ ୧୫ ଦିନ ଲମ୍ବା। ଏହି ଉପ-ଋତୁ ଗୁଡିକ ହେଲା ଋଷୁନ୍, ଉସୁଇ, କେଚିଟସୁ, ଶୁନବୁନ୍, ସେମି, କୋକୁ, ରିକ୍କା, ଶୋମନ୍, ବୋଷୁ, ଗେଶି, ଶୋଶୋ (କମ୍ ଉତ୍ତାପ), ତାଇଶୋ, ଋଷୁ, ଶୋଶୋ (ପୂର୍ବ ଅପେକ୍ଷା ଅଧିକ ଉତ୍ତପ୍ତ), ହାକୁରୋ, ଶୁବୁନ୍, କାନ୍ରୋ, ସୋକୋ, ରିଟୋ, ଶୋଶେତୁ, ତାଇସେତୁ, ଟୋଜି, ଶୋକାନ୍, ଡାଏକାନ୍। ଏହି ୨୪ ଉପ-ଋତୁ ଗୁଡିକ ‘୩ କୋ’ରେ ବିଭକ୍ତ, ଯାହା ସମୁଦାୟ ‘୭୨ କୋ’ ସୃଷ୍ଟି କରେ।  ଏଠାରେ ‘କୋ’ ଅର୍ଥ ମାଇକ୍ରୋ ଋତୁ। ଗୋଟିଏ ‘କୋ'୫ ଦିନ। ଜାପାନୀଜ୍‌ଙ୍କ ପାଇଁ ସମୟ ମାପିବାର ଏହା ଏକ ଉପାୟ। ଏହି ଋତୁଗୁଡିକ ଜାପାନର ଇକୋସିଷ୍ଟମକୁ ପ୍ରତିନିଧିତ୍ୱ କରେ। ପାକୃତିକ ଘଟଣା ସହ ଏହି ଋତୁ ଗୁଡ଼ିକ ଜଡ଼ିତ। କିଛି ଦିନ ମଧ୍ୟରେ ଏକ ନୂଆ ଋତୁ ଆସି ନୂଆ ସୁଯୋଗ ଆଣିଥାଏ ବୋଲି ଜାପାନିଜ୍‌ମାନଙ୍କର ରହିଛି ବିଶ୍ଵାସ। 

ଏହି ଖବରଟିକୁ ପଢନ୍ତୁ-ଫେବ୍ରୁଆରୀରେ ପ୍ୟାରିସ୍‌ରେ ଏଆଇ ସମ୍ମିଳନୀ, ସହ-ଅଧ୍ୟକ୍ଷତା କରିବ ଭାରତ

ଜାପାନର ମାଇକ୍ରୋ ଋତୁଗୁଡିକର ନାମ ଷଷ୍ଠ ଶତାବ୍ଦୀରେ ଦିଆଯାଇଥିଲା। ଏହି ନାମ ଗୁଡ଼ିକ କୋରିଆରୁ ଗ୍ରହଣ କରାଯାଇଥିଲା। ଏହି କ୍ୟାଲେଣ୍ଡର ୧୮୭୩ ପର୍ଯ୍ୟନ୍ତ ବ୍ୟବହୃତ ହେଉଥିଲା। ଏହାପରେ ଆଧୁନିକୀକରଣ ପାଇଁ ମେଜି ସରକାର ପାରମ୍ପାରିକ କ୍ୟାଲେଣ୍ଡର ପ୍ରଣାଳୀକୁ ରଦ୍ଦ କରି ପଶ୍ଚିମ ସୌର ଭିତ୍ତିକ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଗ୍ରହଣ କରିଥିଲେ। ତଥାପି ମଧ୍ୟ ଏବେବି ଜାପାନର କୃଷକ ଓ ମତ୍ସ୍ୟଜୀବୀମାନେ ପୁରୁଣା କ୍ୟାଲେଣ୍ଡରକୁ ଅନୁସରଣ କରନ୍ତି।





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.