ପ୍ରମୂଖ ଖବର
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

କୁକୁରଙ୍କ ଦେହରେ ଚିପ୍‌ ଲଗାଇ ଟ୍ରାକିଂ, ସୁରକ୍ଷା ପାଇଁ ରହିଛି ସ୍ୱତନ୍ତ୍ର ପୁଲିସ ଟିମ୍‌

Published By : Krishna Priya | August 17, 2025 9:17 AM

ନୂଆଦିଲ୍ଲୀ ୧୭/୦୮: ଭାରତରେ ବୁଲାକୁକୁରଙ୍କୁ ଧରି ଆଶ୍ରୟଗୃହରେ ରଖିବାକୁ ସୁପ୍ରିମକୋର୍ଟ ନିକଟରେ ଦେଇଥିବା ନିର୍ଦ୍ଦେଶକୁ ନେଇ ଏବେ ବିତର୍କ ଚାଲିଛି । ଅନେକ ପଶୁପ୍ରେମୀ ଏହାକୁ ବିରୋଧ କରୁଛନ୍ତି । ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନେଦରଲ୍ୟାଣ୍ଡସ୍‌ରେ ବୁଲାକୁକୁରଙ୍କ ସ୍ୱତନ୍ତ୍ର ଭାବେ ଯତ୍ନ ନିଆଯାଇଥାଏ । ବୁଲାକୁକୁରଙ୍କ ସୁରକ୍ଷା ଲାଗି ସେଠାରେ ଏକ ସମର୍ପିତ ପୁଲିସ ଟିମ୍‌ ବି ରହିଛି । ସେହି ଟିମ୍‌ ବୁଲାକୁକୁରଙ୍କୁ ଧରି ଟୀକାକରଣ, ବନ୍ଧ୍ୟାକରଣ କରାଇଥାଏ । ପରେ ଆଶ୍ରୟଗୃହରେ ଛାଡି଼ଥାଏ । ଆବଶ୍ୟକସ୍ଥଳେ ଏପରି କୁକୁରଙ୍କ ବିରୋଧରେ ହେଉଥିବା ଅପରାଧର ତଦନ୍ତ କରେ । ବିଶେଷ ଭାବେ ତାଲିମପ୍ରାପ୍ତ ଏହାର ଅଧିକାରୀମାନେ କ୍ରୂରତା ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୁକୁରମାନଙ୍କୁ କ୍ଷତି ପହଞ୍ଚିବା ସ୍ଥିତିରୁ ଉଦ୍ଧାର କରିଥାନ୍ତି । 

ସେହିପରି ଦେଶରେ ବୁଲାକୁକୁରଙ୍କ ଲାଗି ଥିବା ଆଶ୍ରୟଗୃହରେ ଆରାମଦାୟକ ରହଣୀ, ଖାଦ୍ୟ ସହ ଅନ୍ୟ ସବୁ ପ୍ରକାର ବ୍ୟବସ୍ଥା ରହିଛି । ସେଠାରେ କୁକୁରଙ୍କୁ ଚବିଶ ଘଣ୍ଟିଆ ମେଡିକାଲ୍‌ ସୁବିଧା ବି ମିଳେ । ଅନ୍ୟପଟେ କୁକୁର କିଣିବା ନେଇ ଦେଶରେ କଡ଼ା ନିୟମ ରହିଛି । ନେଦରଲ୍ୟାଣ୍ଡସ୍‌ରେ କୁକୁର କିଣିଲେ ବିପୁଳ ପରିମାଣରେ ଟିକସ ହେବାକୁ ହୋଇଥାଏ । ସେଥିଯୋଗୁ ଲୋକେ ଆଶ୍ରୟ ଗୃହରୁ କୁକୁର ପୋଷ୍ୟ କରିବାକୁ ଅଧିକ ପସନ୍ଦ କରିଥାନ୍ତି । ସେଠାରେ ଜନ୍ମରୁ ୭ ସପ୍ତାହ ମଧ୍ୟରେ ସବୁ କୁକୁର ଶରୀରରେ ମାଇକ୍ରୋଚିପ୍‌ ଲଗାଯାଇଥାଏ । ୮ ସପ୍ତାହ ମଧ୍ୟରେ ଏକ ରାଷ୍ଟ୍ରୀୟ ଡାଟାବେସ୍‌ରେ ସେଗୁଡି଼କର ପଞ୍ଜୀକରଣ କରାଇବା ଅନିବାର୍ଯ୍ୟ ହୋଇଥାଏ । ଏହାଦ୍ୱାରା କୁକୁର ସହ ଜଡ଼ିତ ସମସ୍ତ ତଥ୍ୟ ଏକ ଡାଟାବେସ୍‌ରେ ରହିଥାଏ । କୁକୁର ହଜିଗଲେ ଏହି ମାଇକ୍ରୋଚିପ୍‌ ଜରିଆରେ ତାକୁ ଟ୍ରାକ୍‌ କରାଯାଇ ସହଜରେ ଖୋଜିହୁଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.