ଭୁବନେଶ୍ଵର, ୦୫/୦୭ : ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ। ବିପଦ ସଙ୍କେତ ଯଥେଷ୍ଟ ତଳେ ଜଳସ୍ତର ଅଛି। IMD ଆକଳନରେ ଆଗାମୀ ଏକ ସପ୍ତାହ ଯାଏଁ ଏତେ ବର୍ଷା ନାହିଁ। ହୀରାକୁଦରେ ଜଳସ୍ତର ବଢୁଛି। ହେଲେ ବିପଦ ନାହିଁ। ଏବେ ୬୦୭ ମିଟର ଜଳ ଅଛି। ଆସନ୍ତାକାଲି ୬ଟି ଗେଟ୍ ଖୋଲିବ। ହେଲେ ତାହା ବନ୍ୟା ଜଳ ଛାଡିବା ପାଇଁ ନୁହେଁ। କେବଳ ପୂଜାର୍ଚ୍ଚନା ପାଇଁ ଖୋଲିବ। ପରେ ଇବ ଓ ଅନ୍ୟ ନଦୀର ଜଳସ୍ତର ଦେଖି ଜଳ ନିଷ୍କାସନ ନିଷ୍ପତ୍ତି ନିଆଯିବ। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ସୂଚନା ଦେଇଛନ୍ତି।
ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, କଲମା ଗେଟ୍ ଖୋଲିଛି। ମହାନଦୀରେ ଜଳସ୍ତର ବଢିବ। ହେଲେ ବନ୍ୟା ଜଳ ନିଷ୍କାସନ ପାଇଁ ହୀରାକୁଦ ଗେଟ୍ ଏଯାଏଁ ଖୋଲିବାର ନିଷ୍ପତ୍ତି ନିଆଯାଇ ନାହିଁ। ରେଙ୍ଗାଳିର ସ୍ଥିତି ଅନୁଧ୍ୟାନ କରାଯାଉଛି। ଦକ୍ଷିଣ ଓଡ଼ିଶାର ଋଷିକୂଲ୍ୟା ପୁରୁଷୋତ୍ତମପୁର ପାଞ୍ଚ ମିଟର ତଳେ ଅଛି। ବଂଶଧରାର ଜଳସ୍ତର କମ୍ ଅଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ମାତ୍ର ୩୦% ପାଣି ଅଛି।