ପ୍ରମୂଖ ଖବର
  • ରାଜ୍ୟରେ ଡାଇରିଆ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ, ସାମିଲ ରହିବେ ବରିଷ୍ଠ ଅଧିକାରୀ
  • ||
  • କଟକ : ହନୁମାନ ମନ୍ଦିରର ତାଲା ଭାଙ୍ଗି ଲୁଟ୍‌, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ବାଲେଶ୍ୱର : ଘରୁ ମିଳିଲା ଯୁବକଙ୍କ ମୃତଦେହ, ପ୍ରେମିକ ସହ ମିଶି ସ୍ତ୍ରୀ ହତ୍ୟା କରିଥିବା ସନ୍ଦେହ
  • ||
  • 'ଯୋଗରୁ ଶାନ୍ତି ଓ ଦିଗ ମିଳେ, ଚିନ୍ତାଗ୍ରସ୍ତ ଦୁନିଆ ପାଇଁ ପଜ୍ ବଟନ୍‌': ପ୍ରଧାନମନ୍ତ୍ରୀ
  • ||
  • ବାଲେଶ୍ୱରରେ ବନ୍ୟା ସ୍ଥିତି ଆଣିଲା ସୁବର୍ଣ୍ଣରେଖା, ୨୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଛତ୍ରପୁରରେ ଅନ୍ତର୍ଜାତିକ ଯୋଗ ଦିବସ ପାଳିତ; ଯୋଗ ଦେଲେ ମନ୍ତ୍ରୀ,ବିଧାୟକ
  • ||
  • କଳାହାଣ୍ଡି : ମ.ରାମପୁର ଉପ ଡାକଘରୁ ଚୋରି, ତଦନ୍ତ କରୁଛି ପୁଲିସ
  • ||
  • ଅପରେସନ୍‌ ସିନ୍ଧୁ ; ଯୁଦ୍ଧଗ୍ରସ୍ତ ଇରାନ୍‌ରୁ ସୁରକ୍ଷିତ ଫେରିଲେ ୨୯୦ ଭାରତୀୟ
  • ||
  • ଯୋଗ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କହିଲେ- 'ଏକାଗ୍ରତା ଓ ସ୍ଥିରତା ଆଣେ ଯୋଗ'
  • ||
  • ଅନ୍ତର୍ଜାତୀୟ ଯୋଗ ଦିବସ; ଯୋଗ କରନ୍ତୁ, ସୁସ୍ଥ ରୁହନ୍ତୁ
  • ||
  • ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ , ଆସନ୍ତା ୩ ଦିନ କାଁ ଭାଁ ବର୍ଷା
  • ||

ହେଉନି ପର୍ଯ୍ୟାପ୍ତ ସଚେତନତା, ଛାତ୍ରବୃତ୍ତି ପାଇବାରୁ ବଞ୍ଚିତ ଛାତ୍ରଛାତ୍ରୀ

Published By : Harapriya Sethi | June 21, 2025 2:52 PM

ବାଲେଶ୍ୱର, ୨୧/୦୬: ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ ମନସ୍କ କରିବା ସହ ଉଚ୍ଚଶିକ୍ଷା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଛାତ୍ରବୃତ୍ତି ପ୍ରଦାନ କରୁଛନ୍ତି । ଛାତ୍ରବୃତ୍ତି ଯୋଗୁ ଛାତ୍ରଛାତ୍ରୀ ପାଠ ପଢ଼ା ଲକ୍ଷ୍ୟକୁ ପୂରଣ କରିପାରୁଛନ୍ତି । ମାତ୍ର ସଚେତନତା ଅଭାବରୁ ବହୁ ଛାତ୍ରଛାତ୍ରୀ ଛାତ୍ରବୃତ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି । ଅନେକ ସମୟରେ ଇଚ୍ଛା ଥିଲେ ବି ପାଠ ପଢ଼ାରୁ ବଞ୍ଚିତ ହେଉଛନ୍ତି ।  ସାଧରଣତଃ ସ୍କୁଲଠାରୁ ଆରମ୍ଭ କରି କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ଛାତ୍ରବୃତ୍ତିର ବ୍ୟବସ୍ଥା କରିଛନ୍ତି । ଏହା ବ୍ୟତୀତ ଯେଉଁମାନେ ଉଚ୍ଚ ଶିକ୍ଷା ଗ୍ରହଣ କରିବେ ସେମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ଛାତ୍ରବୃତ୍ତି ଅଛି । ଆମ ରାଜ୍ୟରେ ବିଜୁ ଯୁବ ଶସକ୍ତିକରଣ ଯୋଜନା, ଜୁନିୟର ମେରିଟ ସ୍କଲାରସିପ, ଗୋପବନ୍ଧୁ ଶିକ୍ଷା ସହାୟତା ଯେଜନା, ସିନିୟର ମେରିଟ ସ୍କଲାରସିପ୍‌, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ପୋଷ୍ଟ ମ୍ୟାଟ୍ରିକ ସ୍କଲାରସିପ୍‌, ଇ-ମେଧାବୃତ୍ତି, ସହିଦ ମାଧୋ ସିଂ, ଏନଆରଟିଏସ୍‌ ସ୍କଲାରସିପ୍‌ ଦିଆଯାଉଛି । ଏହିସବୁ ଛାତ୍ରବୃତ୍ତି ପାଇ ଜିଲ୍ଲାରେ ହଜାର ହଜାର ଗରିବ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଏହା ସତ୍ତେ୍ୱ ପ୍ରଚାରପ୍ରସାର ଅଭାବରୁ ବହୁ ଛାତ୍ରଛାତ୍ରୀ ଏହାର ସୁବିଧା ନେଇପାରୁନାହାନ୍ତି ।  

ତଥ୍ୟ ମୁତାବକ ଜିଲ୍ଲାରେ ଏସ୍‌/ଏସ୍‌ଟି ବିଭାଗ ପକ୍ଷରୁ ମୋଟ୍‌ ୪୦ ହଷ୍ଟେଲ ଅଛି । ଗଣଶିକ୍ଷାବିଭାଗ ଅଧୀନରେ ୫ ହଷ୍ଟେଲ ଚାଲୁଛି । ଛାତ୍ରବୃତ୍ତି ପାଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦ ପ୍ରତିଶତ ଗରିବ କିମ୍ବା ମଧ୍ୟବିତ ଶ୍ରେଣୀର । ସେମାନଙ୍କ ପାଠପଢ଼ା ପାଇଁ ଏହି ଛାତ୍ରବୃତ୍ତି ହିଁ ଏକ ମାଧ୍ୟମ ପାଲଟିଛି । ଅଧିକାଂଶ ସମୟରେ ଛାତ୍ରଛାତ୍ରୀ ଜାଣିବା ପୂର୍ବରୁ ଛାତ୍ରବୃତ୍ତି ଆବେଦନ ତାରିଖ ଶେଷ ହୋଇଯାଉଛି । ଆଉ କେଉଁଠି ଛାତ୍ରଛାତ୍ରୀ ଆବେଦନ କରୁଥିଲେ ହେଁ ପ୍ରଚାରପ୍ରସାର ଅଭାବରୁ ଆବଶ୍ୟକ କାଗଜପତ୍ର ମଧ୍ୟ ଦାଖଲ କରିପାରୁନାହାନ୍ତି । ଆଉ କିଛି କ୍ଷେତ୍ରରେ ଜନସେବା କେନ୍ଦ୍ରର କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଭୁଲ ପ୍ରମାଣପତ୍ର ଦେଉଛନ୍ତି । ପରବର୍ତ୍ତୀ ସମୟରେ ଯାଞ୍ଚବେଳେ ନାକଚ ହେବାରୁ ଛାତ୍ରଛାତ୍ରୀଙ୍କୁ ନିରାଶ ବେହାକୁ ପଡ଼ୁଛି । ଏଭଳି କ୍ଷେତ୍ରରେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍କୁଲ, କଲେଜରେ ସଚେତନତାର ଆବଶ୍ୟକତା ରହିଛି । ସଚେତନତା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରାଗଲେ ଏଭଳି ସମସ୍ୟା ଉପୁଜିବନି ବୋଲି ଛାତ୍ରଛାତ୍ରୀ ସେମାନଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଅନେକ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ଛାତ୍ରବୃତ୍ତି ଠିକ୍‌ ସମୟରେ ମିଳୁନି । ଯାହାକି ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସମସ୍ୟା ପାଲଟିଛି । 

ଚଳିତବର୍ଷ ସ୍କୁଲ, କଲେଜ ଖୋଲି ସାରିଥିଲେ ହେଁ ଏଯାଏଁ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ମିଳିନି । ଯାହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।  ଏସବୁ ସତ୍ତେ୍ୱ ଜିଲ୍ଲାରେ ୧ ଲକ୍ଷ ୩୫ ହଜାର ଛାତ୍ରଛାତ୍ରୀଙ୍କୁ ୨୦୨୪-୨୫ରେ ଛାତ୍ରବୃତ୍ତି ମିଳିଛି । ଯେଉଁଥିରେ ପ୍ରି ମାଟ୍ରିକ(ନବମ, ଦଶମ ଛାତ୍ରଛାତ୍ରୀ), ମାଧୋ ସିଂ(ନବମ, ଦଶମ, ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀ), ପୋଷ୍ଟ ମାଟ୍ରିକ(ଏକାଦଶ ଶ୍ରେଣୀର ଛାତ୍ରଛାତ୍ରର) ଛାତ୍ରବୃତ୍‌ି ଅଛି । ଏହା ବ୍ୟତୀତ ଉଚ୍ଚ ଶିକ୍ଷା ବିଭାଗର ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ମିଳୁଛି । ମୋଟ ଛାତ୍ରବୃତ୍ତି ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ ହଜାର ୪୯୪ ଏସ୍‌ଟି, ୧୯ ହଜାର ୧୪୭ ଏସ୍‌ସି, ୩୬ ହଜାର ୮୬୩ ଓବିସି/ଏସ୍‌ସିବିସି, ୨ ହଜାର ୮୯୬ ଇସିବି ଛାତ୍ରଛାତ୍ରୀ ଅଛନ୍ତି । ଛାତ୍ରବୃତ୍ତି ନେଇ ଅଧିକ ସଚେତନ କରାଗଲେ ଆହୁରି ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରନ୍ତେ ।  ଏନେଇ ଡିବ୍ଲ୍ୟୁଓ ବିଦ୍ୟୁତଲତା ମହାପାତ୍ରଙ୍କ ସହ ଆଲୋଚନା କରାଯାଇଥିଲା । ତାଙ୍କ କହିବା କଥା ଓଏସ୍‌ଏସ୍‌ପି ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ନେଇ ସମସ୍ତ ତଥ୍ୟ ରହିଛି । ସେମାନେ ସେଥିରେ ନିଜେ ଆବେଦନ କରିପାରିବେ । ଛାତ୍ରଛାତ୍ରୀଙ୍କ ଆବେଦନ ପରେ ଆମେ ସେହି ତଥ୍ୟ ବିଭାଗୀୟ ଅଧିକାରୀଙ୍କୁ ପଠାଇଦେଉ । ସେମାନେ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଅକାଉଣ୍ଟକୁ ଛାତ୍ରବୃତ୍ତି ପଠାନ୍ତି । ଆମେ କେବଳ ଏକ ମ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.