ନୂଆଦିଲ୍ଲୀ,୦୧/୧୨; ଶୀତକାଳୀନ ଅଧିବେଶନ କେବଳ ପରମ୍ପରା ନୁହେଁ, ରାଷ୍ଟ୍ରକୁ ପ୍ରଗତି ପଥରେ ଦ୍ରୁତ ଗତିରେ ନେବାକୁ ଯେଉଁ କାମ ଚାଲିଛି ସେଥିରେ ଉର୍ଜା ଭରିବା କାମ ଏହି ଅଧିବେଶନ କରିବ ବୋଲି ମୋର ବିଶ୍ୱାସ । ଭାରତ ଲୋକତନ୍ତ୍ରକୁ ବଞ୍ଚିଛି । ଲୋକତନ୍ତ୍ର ପ୍ରତି ଭାରତର ବିଶ୍ୱାସ ଅଧିକ ମଜବୁତ୍ ହୋଇଛି । ବିଗତ ଦିନରେ ବିହାରରେ ହୋଇଥିବା ନିର୍ବାଚନରେ ଯେଉଁ ପରିବର୍ତ୍ତନ ଆସିଛି ତାହା ଏକ ନୂଆ ଆଶା ବିଶ୍ୱାସ ଦେଇଛି । ସଂସଦରେ ଡ୍ରାମା ନୁହେଁ ଡେଲିଭରୀ ହେଉ । ସଂସଦ ନାରାବାଜିର ସ୍ଥାନ ନୁହେଁ । ଏଠି ନାରାବାଜି ନୁହେଁ ନୀତି ଏବଂ ଦେଶ ଗଠନରେ ସକରାତ୍ମକ ଭୂମିକା ନେବା ଆବଶ୍ୟକ ବୋଲି ସଂସଦର ଶୀତ ଅଧିବେଶନ ପୂର୍ବରୁ ସମ୍ବୋଧନ କରି ଏହା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଅଧିବେଶନ ଆରମ୍ଭ ପୂର୍ବରୁ ସମ୍ବୋଧନରେ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଗୋଟିଏ ପଟେ ଲୋକତନ୍ତ୍ରର ମଜବୁତ ଏବଂ ଲୋକତାନ୍ତ୍ରିକ ବ୍ୟବସ୍ଥା ଭିତରେ ଅର୍ଥନୈତିକ ମଜବୁତକୁ ଦୁନିଆ ଦେଖୁଛି । ଯେଉଁ ଗତିରେ ଭାରତର ଅର୍ଥିକ ସ୍ଥିତି ଶିଖର ଛୁଇଁଛି, ବିକଶିତ ଭାରତ ଲକ୍ଷ୍ୟ ହାସଲ କରିବା ଦିଗରେ ନୂଆ ବିଶ୍ୱାସ ଜାଗ୍ରତ କରିଛି । ଏହି ଅଧିବେଶନ ସଂସଦ ଦେଶ ପାଇଁ କଣ ଭାବୁଛି, କଣ କରୁଛି, କଣ କରିବାକୁ ଯାଉଛି ଉକ୍ତ ମୁଦ୍ଦା ଉପରେ କେନ୍ଦ୍ରିତ ହେବା ଦରକାର । ବିରୋଧୀ ସେମାନଙ୍କ ଦାୟିତ୍ୱ ତୁଲାନ୍ତୁ । କିଛି ବିରୋଧୀଙ୍କୁ ପରାଜୟ ଚିନ୍ତାରେ ପକାଇଛି । ଏହି ଶୀତ ଅଧିବେଶନରେ ବିଜୟର ଅହଂକାର ନ ରହୁ । ସନ୍ତୁଳିତ ହେଉ ଅଧିବେଶନ । ଜନତାଙ୍କର ଆମକୁ ନେଇ ଯେଉଁ ବିଶ୍ୱାସ, ଭରସା ଆଶା ଅଛି ତାହାକୁ ସମ୍ଭାଳି ଆମେ ଭବିଷ୍ୟତ କଥା ଭାବିବା । ଗୃହରେ ପ୍ରଥମ ଥର ନିର୍ବାଚନ ହୋଇ ଆସିଥିବା କମ ବୟସର ସାଂସଦଙ୍କୁ ସୁଯୋଗ ଦିଆଯାଉ । ଯୁବ ସାଂସଦଙ୍କୁ ଅବସର ଦେଇ ତାଙ୍କ ଅଭିଜ୍ଞତାକୁ ନେଇ କାମ କରିବା ଦରକାର । ଏହାକୁ ଗମ୍ଭୀରତାର ସହ ନେବାକୁ ହେବ ।''
#ParliamentWinterSession | Delhi: PM Narendra Modi says, "Whoever wants to do drama can do it. There should be delivery here and not drama...the emphasis should be on policy, not slogans." pic.twitter.com/hvOLmB23Yi
— ANI (@ANI) December 1, 2025
'ପରାଜୟର ନିରାଶାରୁ ବିରୋଧୀ ବାହାରନ୍ତୁ'- ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି, ''ପରାଜାୟର ନିରାଶାରୁ ବିରୋଧୀ ବାହାରନ୍ତୁ । କିଛି ବିରୋଧୀ ଦଳ ସେମାନଙ୍କର ପରାଜୟକୁ ହଜମ କରିପାରାନାହାନ୍ତି । ପରାଜୟର ସବୁ ରାଗ, କ୍ରୋଧ ସେମାନେ ସଂସଦରେ ଆସି ସୁଝାନ୍ତି । ପରାଜୟ ଭୟ ଏଠି ବିତର୍କର କ୍ଷେତ୍ର ନ ହେଉ । ଡ୍ରାମା କରିବାକୁ ଅନେକ ସ୍ଥାନ ଅଛି । ଏଠି ଡ୍ରମା ନୁହେଁ ଡେଲିଭରୀ ଆବଶ୍ୟକ । ନାରାବାଜି ପାଇଁ ଅନେକ ସ୍ଥାନ ଅଛି । ଏଠି ନାରାବାଜି ନୁହେଁ ନୀତି ଏବଂ ଦେଶ ଗଠନରେ ସକରାତ୍ମକ ଭୂମିକା ଆବଶ୍ୟକ । ରାଜାନୀତିରେ କେବେ କେବେ ନକରାତ୍ମକ କାମରେ ଆସେ ହେଲେ ରାଷ୍ଟ୍ର ଗଠନ ପାଇଁ ସକରାତ୍ମକ ଚିନ୍ତାଧାରା ରହିବା ଦରକାର । ନକରାତ୍ମକ ନିୟନ୍ତ୍ରଣରେ ରହିବା ଦରକାର ।''