ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ହୋଇ ନାହିଁ , କ୍ରେମଲିନ୍ ମିଡିଆ ରିପୋର୍ଟସକୁ କଲା ଖାରଜ

Published By : Prameya | November 11, 2024 8:08 PM

ମସ୍କୋ : ରୁଷୀୟ ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନ୍‌ ସୋମବାର ସେହି ରିପୋର୍ଟ ଗୁଡ଼ିକୁ ଖଣ୍ଡନ କରିଛି, ଯେଉଁଥିରେ ଦାବି କରାଯାଉ ଥିଲା ଯେ , ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି। ୱାଶିଂଟନ ପୋଷ୍ଟ ଓ ରୟଟର୍ସ ଉଭୟ ଅଜ୍ଞାତ ସୂତ୍ରାନୁସାରେ କହି ଥିଲେ ଯେ, ଗୋଟିଏ ଫୋନ୍‌ କଲ୍‌ରେ ଟ୍ରମ୍ପ କଥିତ ଭାବେ ପୁଟିନଙ୍କୁ ୟୁକ୍ରେନ ଯୁଦ୍ଧକୁ ଆଗକୁ ନବଢାଇବାକୁ ଅନୁରୋଧ କରିଥିଲେ। 

କ୍ରେମଲିନ୍‌ ପ୍ରବକ୍ତା ଦିମିତ୍ରୀ ପେସକୋଭ୍‌ ରିପୋର୍ଟ ଗୁଡ଼ିକର ଖଣ୍ଡନ କରିବା ସହ ଏହା ସଂପୂର୍ଣ୍ଣ ରୂପେ ମିଥ୍ୟା ଓ କାଳ୍ପନିକର ଆଖ୍ୟା ଦେଇଥିଲେ ଏବଂ ସ୍ପଷ୍ଟ କରିଥିଲେ ଯେ, କୌଣସି କଥାବାର୍ତ୍ତା ହୋଇ ନଥିଲା। ପେସକୋଭ୍‌ ମିଡ଼ଆ ଆଉଟଲେଟ୍ସ ସୂଚନାର ଆଲୋଚନା କରି କହିଛନ୍ତି କି, ପ୍ରତିଷ୍ଠିତ ପ୍ରତିଷ୍ଠାନ ମଧ୍ୟ କେବେ କେବେ ଅନଭେରିଫାଏଡ୍‌ ରିପୋର୍ଟ ସବୁ ପ୍ରକାଶିତ କରିଥାଏ।

ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଭବିଷ୍ୟତରେ କୌଣସି ପ୍ରକାରର ସଂପର୍କର କୌଣସି ଯୋଜନା ଅଛି କି ପ୍ରଶ୍ନରେ , ପେସକୋଭ କହିଛନ୍ତି ଯେ, ଏବେସୁଦ୍ଧା କୌଣସି ସଠିକ୍‌ ପ୍ଲାନ ନାହିଁ। ୟୁକ୍ରେନ୍‌ରେ ୨ବର୍ଷରୁ ଜାରି ରହିଥିବା ଯୁଦ୍ଧ ଏବେ ଏକ ପ୍ରମୁଖ ପର୍ଯ୍ୟାୟରେ ପହଞ୍ଚି ସାରିଛି। ରୁଷୀୟ ସେନାଙ୍କୁ ଲଗାତାର ସଫଳତା ମିଳୁଛି କି, ଯିଏ ପଶ୍ଚିମୀ ଦେଶ ଗୁଡ଼ିକୁ ସଂଘର୍ଷ ସମାପ୍ତ କରିବାର ତରିକା ଉପରେ କଥା ହେବା ପାଇଁ ବାଧ୍ୟ କରି ଦେଇଛନ୍ତି। 

ଉଲ୍ଲେଖନୀୟ ଯେ, ନିର୍ବାଚନ ପ୍ରଚାର ବେଳେ , ଟ୍ରମ୍ପ ଦାବି କରିଥିଲେ କି, ଯଦି ସେ ବିଜୟୀ ହୁଅନ୍ତି ତ ସେ ୨୪ ଘଣ୍ଟା ଭିତରେ ୟୁକ୍ରେନ୍‌ରେ ଶାନ୍ତି ଆଣି ପାରିବେ। ହେଲେ ସେ ଏହା କହି ନଥିଲେ କି, ଏଥିପାଇଁ ସେ କଣ କରିବାକୁ ଯାଉଛନ୍ତି। ଗୁରୁବାର ରାଷ୍ଟ୍ରପତି ପୁଟିନ ସାର୍ବଜନିକ ଭାବେ ଟ୍ରମ୍ପଙ୍କୁ ତାଙ୍କର ବିଜୟରେ ଶୁଭେଚ୍ଛା ଦେଇଛନ୍ତି ଏବଂ ପେନସିଲଭେନିଆରେ ହତ୍ୟାକାଣ୍ଡର ପ୍ରୟାସ ସତ୍ତ୍ୱେ ମୈଦାନରେ ତିଷ୍ଠି ରହିବାରେ ତାଙ୍କୁ ବାହାଦୂର ମଧ୍ୟ କହିଛନ୍ତି। 

ପୁଟିନ କହିଥିଲେ, ମୁଁ ଭାବିନି କି ଟ୍ରମ୍ପଙ୍କ ସହ କଥାବାର୍ତ୍ତା କରିବା ଭୁଲ୍। ଯଦି ବିଶ୍ୱର କିଛି ନେତା ସଂପର୍କ ରଖିବାକୁ ଚାହୁଁଛନ୍ତି ତ ମୁଁ ଏହାର ବିରୋଧରେ ନାହିଁ। ଆମେ ଟ୍ରମ୍ପଙ୍କ ସହ କଥାବାର୍ତ୍ତା ହେବାକୁ ପ୍ରସ୍ତୁତ। 

କହି ରଖୁଛୁ କି, ରୁଷ୍‌ ନିକଟରେ ୟୁକ୍ରେନର ସାହାଯ୍ୟ ଓ ରୁଷୀୟ କ୍ଷେତ୍ରରେ ହମଲା ପାଇଁ ଆମେରିକା ଓ ଏହାର ସହଯୋଗୀଙ୍କୁ ଚେତାବନୀ ଦେଇ ଥିଲା। ଏହା ପୂର୍ବରୁ ପୁଟିନ କହିଥିଲେ କି, ହମଲାରେ ନାଟୋର ସଦସ୍ୟତାର ଅର୍ଥ ହେବ ୟୁକ୍ରେନ ଯୁଦ୍ଧରେ ନାଟୋ ଦେଶ ଗୁଡ଼ିକ, ଆମେରିକା ଓ ୟୁରୋପୀୟ ଦେଶ ଗୁଡ଼ିକର ସିଧା ସଂପର୍କ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.