ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସୁକେଶ-ଜ୍ୟାକ୍‌ଲିନ୍‌ଙ୍କ ଉପରେ ହେବ ଡକ୍ୟୁମେଣ୍ଟାରୀ ସିରିଜ୍‌, ଅଭିନେତ୍ରୀଙ୍କ ସହ ଚାଲିଛି ଆଲୋଚନା

Published By : Krishna Priya | April 28, 2025 9:23 AM

ମୁମ୍ବାଇ ୨୮/୦୪: ପରସ୍ପର ଭିତରେ ଥିବା ସମ୍ପର୍କକୁ ନେଇ ୨୦୨୧ରେ ବେଶ୍‌ ଚର୍ଚ୍ଚାରେ ଥିଲେ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଏବଂ ଠକ ସୁକେଶ ଚନ୍ଦ୍ରଶେଖର । ଏବେ ପୁଣି ଏହି ଦୁଇ ଜଣ ଚର୍ଚ୍ଚାକୁ ଆସିଛନ୍ତି । ରିପୋର୍ଟ ଅନୁସାରେ, ସୁକେଶଙ୍କ ଜୀବନ ଏବଂ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କ ଉପରେ ଏକ ଓଟିଟି ପ୍ଲାଟଫର୍ମ ଡକ୍ୟୁମେଣ୍ଟାରୀ ସିରିଜ୍‌ ନିର୍ମାଣ କରୁଛି । ଏହି ସିରିଜ୍‌ରେ ଜ୍ୟାକ୍‌ଲିନଙ୍କ ସହ ସୁକେଶଙ୍କ ସମ୍ପର୍କକୁ ମଧ୍ୟ ଦେଖାଯିବ । ଏଥିପାଇଁ ଜ୍ୟାକ୍‌ଲିନଙ୍କ ସହ ଯୋଗାଯୋଗ କରାଯାଇଛି, ଯାହାଦ୍ୱାରା ସେ ତାଙ୍କ ପକ୍ଷର କାହାଣୀ ସିରିଜ୍‌ ନିର୍ମାତାଙ୍କୁ କହିପାରିବେ । 

ତେବେ ସୁକେଶଙ୍କ ଉପରେ ଏହି ସିରିଜ୍‌କୁ ବେଶି ଫୋକସ୍‌ କରାଯାଇଛି । ତାଙ୍କ ଜୀବନର ପ୍ରାରମ୍ଭରୁ ଆରମ୍ଭ କରି ଲଟେରୀ ଦୁର୍ନୀତି ଏବଂ ଦାମୀ ତଥା ବିଳାସପୂର୍ଣ୍ଣ ଉପହାର ବଣ୍ଟନ ପର୍ଯ୍ୟନ୍ତ ସବୁକିଛି ସିରିଜ୍‌ରେ ରହିବ । ଯଦି ଜ୍ୟାକ୍‌ଲିନ୍‌ ଖୋଲାଖୋଲି ଭାବେ ତାଙ୍କ କଥା ରଖିବେ ତେବେ ସିରିଜ୍‌ ବେଶ୍‌ ଦମ୍‌ଦାର ହେବ ବୋଲି ଏହାର ନିର୍ମାତା ଆଶା ରଖିଛନ୍ତି । 

ଡକ୍ୟୁମେଣ୍ଟାରୀ ସିରିଜ୍‌ ପାଇଁ ଜ୍ୟାକ୍‌ଲିନ୍‌ ଏବେ ଚିନ୍ତା କରୁଛନ୍ତି । ଏପରିକି ତାଙ୍କ ସମ୍ପର୍କୀୟ ତଥା ଶୁଭାକାଂକ୍ଷୀମାନେ ଏ ଦିଗରେ ବେଶ୍‌ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କିଛି ବି ଗଡ଼ବଡ଼ ହେଲେ ଜ୍ୟାକଲିନ୍‌ଙ୍କ ପାଇଁ ଆଇନଗତ ସମସ୍ୟା ବଢ଼ିପାରେ ବୋଲି ତାଙ୍କୁ ଚେତାଇଛନ୍ତି । ତେବେ ସିରିଜ୍‌ ବନାଉଥିବା ଟିମ୍‌ ଏହା ଉପରେ ରିସର୍ଚ୍ଚ ଆରମ୍ଭ କରିଦେଇଛନ୍ତି । ସୁକେଶଙ୍କ କାହାଣୀ କେବଳ ଆଇନଗତ ଭାବେ ନୁହେଁ, ବରଂ ଏହାକୁ ସାଇକୋଲୋଜିକାଲ ଥ୍ରିଲର ଏବଂ ସୋସିଆଲ୍‌ କେସ୍‌ ଷ୍ଟଡି ଭାବେ ମଧ୍ୟ ଦର୍ଶକଙ୍କୁ ଦେଖାଯିବ । ସୁକେଶଙ୍କ ସମସ୍ତ ହାଇପ୍ରୋଫାଇଲ କାରନାମା ବାବଦରେ ସିରିଜ୍‌ରେ ବିସ୍ତାର ଭାବେ ଦେଖାଇବାକୁ ନିର୍ମାତାଙ୍କ ଯୋଜନା ରହିଛି । ରହସ୍ୟମୟ ଢଙ୍ଗରେ ଏହାର ଷ୍ଟୋରି ଲାଇନ ରଖାଯିବ । ଚଳିତ ବର୍ଷ ଶେଷସୁଦ୍ଧା କାହାଣୀର ଫ୍ରେମ୍‌ ପ୍ରସ୍ତୁତ କରିବାକୁ ଏହାର ଲେଖକ ଟିମ୍‌ ଲକ୍ଷ୍ୟ ରଖିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.