ଭୁବନେଶ୍ବର ୦୯/୦୧: ସାରା ରାଜ୍ୟରେ ଏବେ ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି । ପ୍ରବଳ ଶୀତକୁ ଦୃଷ୍ଟିରେ ରଖି ଏଣିକି କଟକ ଜିଲ୍ଲାରେ ଶନିବାର ସକାଳୁଆ ସ୍କୁଲକୁ ଦିନବେଳା କରିବାକୁ ନିଷ୍ପତ୍ତି ନିଆ ଯାଇଛି । ଆସନ୍ତାକାଲି (ଶନିବାର) ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି ନିଷ୍ପତ୍ତି ବଳବତ୍ତର ରହିବ । ଅନ୍ୟ ଦିନ ପରି ଶନିବାର ଦିନ ୧୦ ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।