ପ୍ରମୂଖ ଖବର

ଚନ୍ଦ୍ରଭାଗା ବେଳାଭୂମି ଠାରୁ ଇକୋରିଟ୍ରିଟ୍ ପର୍ଯ୍ୟନ୍ତ ହେବ ନବୀକରଣ, ଗୋଆ ପରି ଝଲସିବ ବିଚ୍

Published By : Rasmita Pradhan | November 12, 2024 10:12 AM

କୋଣାର୍କ, ୧୨/୧୧ : କୋଣାର୍କ ଚନ୍ଦ୍ରଭାଗା ବେଳାଭୂମିର ହେବ ନବୀକରଣ। ଗୋଆ, ପଣ୍ଡିଚେରୀ ପରି ଝଲସିବ ଚନ୍ଦ୍ରଭାଗା ତଟ। ଚନ୍ଦ୍ରଭାଗା ବେଳାଭୂମି ଠାରୁ ଇକୋରିଟ୍ରିଟ୍ ପର୍ଯ୍ୟନ୍ତ ହେବ ଅତି ଆଧୁନିକିକରଣ କାର୍ଯ୍ୟ। ଏଥିପାଇଁ ସୋମବାର ପର୍ଯ୍ୟଟନ ବିଭାଗର ସଚିବଙ୍କ ନିର୍ଦ୍ଦେଶ କ୍ରମେ ଚନ୍ଦ୍ରଭାଗାରେ ପହଞ୍ଚି ଥିଲେ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶରୋଜ କୁମାର ସ୍ଵାଇଁ। ସେ ପ୍ରଥମେ ଚନ୍ଦ୍ରଭାଗାରେ ଗଢ଼ି ଉଠିଥିବା ବ୍ୟବସାୟ ଅନୁଷ୍ଠାନକୁ ବିସ୍ଥାପିତ କରାଯିବା ସ୍ଥାନ ସମେତ ଚନ୍ଦ୍ରଭାଗା ଉପକୂଳରେ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି। ଚନ୍ଦ୍ରଭାଗା ବଜାରରେ ଥିବା ସମସ୍ତ ଦୋକାନୀମାନଙ୍କୁ କ୍ଷତିପୂରଣ ଦିଆଯାଇଛି। 

ରାମଚଣ୍ଡୀ ପୀଠ ଓ କୋଣାର୍କ ମୁଖ୍ୟ ରାସ୍ତାର କାର୍ଯ୍ୟ ଅଧା ହୋଇଥିବା ବେଳେ ଆସନ୍ତା କୋଣାର୍କ ମହୋତ୍ସବ ପୂର୍ବରୁ ଆଉ କିଛି କାର୍ଯ୍ୟ ଶେଷ ହୋଇଯିବ। କୋଣାର୍କ ମହୋତ୍ସବ ଯିବାପରେ ମାତ୍ର ଦୁଇ ମାସ ମଧ୍ୟରେ ପର୍ଯ୍ୟଟକମାନେ ଦେଖିବେ ଚନ୍ଦ୍ରଭାଗାର ନୂଆ ରୂପ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନବୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏନେଇ ପର୍ଯ୍ୟଟନ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶରୋଜ କୁମାର ସ୍ଵାଇଁ ସୂଚନା ଦେଇଛନ୍ତି। କୋଣାର୍କ ବେଳାଭୂମିରେ ଯେପରି ୨୪ଘଣ୍ଟା ଦେଶ ବିଦେଶର ପର୍ଯ୍ୟଟକ ବାନ୍ଧି ହୋଇ ରହିବେ ସେଦିଗରେ ରାଜ୍ୟ ସରକାର ଯୋଜନା କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.