ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଚାମ୍ପିଅନ୍ସ ଟ୍ରଫି ୨୦୨୫: କାହିଁକି ଟିମ୍‌ରେ ଏହି ୫ ଖେଳାଳିଙ୍କୁ ମିଳିଲାନି ସୁଯୋଗ ?

Published By : Tapas Panda | January 18, 2025 4:33 PM

Image Courtesy: indiatvnews

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ ଟିମ୍ ଘୋଷଣା କରାଯାଇଛି । ରୋହିତ ଶର୍ମା ଟିମ୍‌ର ଅଧିନାୟକ ଥିବା ବେଳେ ଶୁଭମନ ଗିଲ୍‌ ଉପଅଧିନାୟକ ରହିଛନ୍ତି । ଏହା ସହ ବହୁ ଷ୍ଟାର୍ ଖେଳାଳିଙ୍କୁ ଆଗାମୀ ଟୁର୍ଣ୍ଣମେଣ୍ଟ ପାଇଁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଛି । ଚାମ୍ପିଅନ୍ସ ଟ୍ରଫି ଲାଗି ଘୋଷଣା ହୋଇଥିବା ଟିମ୍‌ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳିବ । ଅନ୍ୟପଟେ କିଛି ଖେଳାଳିଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଦଳେର ସାମିଲ କରାଯାଇ ନାହିଁ । 

ସୂର୍ଯ୍ୟକୁମାର ଯାଦବ
 
ଭାରତୀୟ ଟିମ୍ ପାଇଁ ଟି-20 ବିଶ୍ୱକପ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଥିବା ତଥା ଟି-20ରେ ଭାରତୀୟ ଟିମ୍‌ର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ୍‌ରେ ସ୍ଥାନ ମିଳିନାହିଁ । ତେବେ ଚାମ୍ପିଅନ୍ସ ଟ୍ରଫି ଦିନିକିଆ ଫର୍ମାଟ ହୋଇଥିବାରୁ ସୂର୍ଯ୍ୟ କୁମାରଙ୍କୁ ଦଳରୁ ବାଦ ଦିଆଯାଇଛି ବୋଲି କୁହାଯାଉଛି । 

ସଞ୍ଜୁ ସାମସନ
 
ଟିମ୍ ଇଣ୍ଡିଆର ଷ୍ଟାର ୱିକେଟ୍‌ କିପର ବ୍ୟାଟର ସଞ୍ଜୁ ସାମସନଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି । ୱାର୍ଲଡ୍ କପ୍ ୨୦୨୩ ଏବଂ ଟି-20 ବିଶ୍ୱକପରୁ ବାହାର ରହିଥିବା ୩୦ ବର୍ଷୀୟ ଖେଳାଳିଙ୍କୁ ଚାମ୍ପିଅନ ଟ୍ରଫି ୨୦୨୫ରେ ବି ସୁଯୋଗ ମିଳିପାରି ନାହିଁ । ସଞ୍ଜୁ ସାମସନଙ୍କୁ ଟିମରେ ସ୍ଥାନ ନମିଳିବାକୁ ନେଇ ଖେଳ ପ୍ରେମୀ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ମହମ୍ମଦ ସିରାଜ
 
ନିୟମିତ ଭାବେ ଟିମ୍ ଇଣ୍ଡିଆର ସଦସ୍ୟ ଥିବା ମହମ୍ମଦ ସିରାଜଙ୍କୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟିମ୍‌ରୁ ବାଦ ଦିଆଯାଇଛି । ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ସିରାଜଙ୍କ ପ୍ରଦର୍ଶନ ଭଲ ନଥିଲା । ବୋଧହୁଏ ଏଥିପାଇଁ ତାଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇନାହିଁ । ସେପଟେ ଭାରତୀୟ ଟିମର ଦ୍ରୁତ ବୋଲର ମହମ୍ମଦ ଶାମି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

କରୁଣ ନାୟର
 
ଘରୋଇ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ବ୍ୟାଟିଂ କରୁଥିବା କରୁଣ ନାୟରଙ୍କୁ ପୁଣି ଅଣଦେଖା କରାଯାଇଛି । ବିଜୟ ହଜାରେ ଟ୍ରଫିରେ ୭ଟି ମ୍ୟାଚରେ ୭୫୨ ରନ୍ କରିଥିବା କରୁଣ ନାୟରଙ୍କୁ  ଦଳରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେମିତି କିଛି ହେଲା ନାହିଁ, ଏହାକୁ ନେଇ ଖେଳ ପ୍ରେମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ନୀତୀଶ କୁମାର ରେଡ୍ଡୀ
 
ଭାରତୀୟ ଟିମ୍‌ର ଯୁବ ଖେଳାଳି ନୀତୀଶ କୁମାର ରେଡ୍ଡିଙ୍କୁ ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ଦଳରେ ସାମିଲ କରାଯାଇନାହିଁ । ବର୍ଡର-ଗାଭାସ୍କର ଟ୍ରଫିରେ ଭଲ ପ୍ରଦର୍ଶନ ଯୋଗୁଁ ଚାମ୍ପିଅନ୍ସ ଟ୍ରଫି ପାଇଁ ନୀତୀଶ ରେଡ୍ଡିଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ତାଙ୍କୁ ଚାମ୍ପିଅନ୍ସ ଟ୍ରଫି ଟିମ୍‌ରେ ସ୍ଥାନ ମିଳି ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.