ପ୍ରମୂଖ ଖବର
  • ଶେରଗଡ଼ : ଚୁଡି ଦୋକାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣା: ରିମାଣ୍ଡରେ ଆସିବ ଅଭିଯୁକ୍ତ ପୁରୁଷ ବନ୍ଧୁ
  • ||
  • କୂଅରୁ ମିଳିଲା ବଲାଙ୍ଗୀର : ୱାର୍ଡ଼ ମେମ୍ବରଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • କିଟ୍ ଛାତ୍ରୀ ମୃତ୍ୟୁ ମାମଲା: ପୋଲିସକୁ ମିଲିଲା ସୁଇସାଇଡ୍‌ ନୋଟ୍‌
  • ||
  • AIIMSରେ ସିବିଆଇ ରେଡ୍‌, ନିଯୁକ୍ତି ସ୍କାମ୍‌ର ଚାଲିଛି ତାନାଘନା
  • ||
  • ବିରୋଧୀଙ୍କ ହଟ୍ଟଗୋଳରେ ଧୋଇଗଲା ପ୍ରଶ୍ନକାଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ
  • ||
  • କଟକ : ପରକୀୟା ପ୍ରୀତିକୁ ନେଇ ହତ୍ୟା, ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସ୍ୱାମୀ
  • ||
  • ବୋରିଗୁମ୍ମା : ରାସ୍ତା ମଝିରେ ଥିବା ଟ୍ରକ୍‌କୁ ପିଟିଲା ବାଇକ୍‌, ୨ ମୃତ
  • ||
  • ବାଲେଶ୍ୱର : ଭାରସାମ୍ୟ ହରାଇ ବରଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଆହତ
  • ||
  • କଟକ : ଦେହରେ ଡିଜେଲ ଢାଳି ନିଜକୁ ଜାଳିଦେଲା ନାବାଳକ, କାରଣ ଅସ୍ପଷ୍ଟ
  • ||

ବେଡ୍‌ ରୁମରେ ଭୁଲରେ ରଖନ୍ତୁନି ଏହି ଜିନିଷ, ହୋଇପାରନ୍ତି କାଙ୍ଗାଳ

Published By : Prameya | January 12, 2025 11:35 AM

ଭୁବନେଶ୍ୱର ୧୨/୦୧: ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏପରି ଅନେକ ଜିନିଷ ଅଛି ଯାହାକୁ ଭୁଲରେ ବି ବେଡ୍‌ ରୁମରେ ରଖିବା ଉଚିତ୍ ନୁହେଁ। ଏହିପରି ଜିନିଷ ସୁଖ, ଶାନ୍ତି ଏବଂ ଆର୍ଥିକ ସମୃଦ୍ଧି ସବୁକିଛି ଛଡ଼ାଇ ନେଇଥାଏ । ଆସନ୍ତୁ ଜାଣିବା ସେପରି କିଛ ଜିନିଷ ବିଷୟରେ ଯାହାକୁ ବେଡ୍‌ ରୁମରେ ରଖିବା ଆଦୌ ଉଚିତ୍‌  ନୁହେଁ।

ମୃତ ବ୍ୟକ୍ତିଙ୍କ ଫଟୋ :

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ଫଟୋ ବେଡ୍‌ ରୁମରେ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ନକାରତ୍ମକ ଶକ୍ତି ଘର ଭିତରକୁ ଟାଣି ହୋଇଆସେ, ଯାହା ପରିବାର ସଦସ୍ୟଙ୍କ ମାନସିକ ଅବସ୍ଥାକୁ ଖରାପ କରିପାରେ । ତେଣୁ ବେଡ୍‌ ରୁମ୍‌ ପରିବର୍ତ୍ତେ, ସେହି ଫଟୋକୁ ଏକ ସମ୍ମାନଜନକ ସ୍ଥାନରେ ରଖାଯିବା ଉଚିତ, ଯେପରିକି ବାରଣ୍ଡା କିମ୍ବା ଡାଇନିଂ ହଲ୍ ।

ଧାରୁଆ ଜିନିଷ :  

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆପଣ ବେଡ୍‌ ରୁମରେ କଇଁଚୀ, ଛୁରୀ କିମ୍ବା ଅନ୍ୟାନ୍ୟ ଧାରୁଆ ଜିନିଷ ରଖିବା ଉଚିତ୍ ନୁହେଁ। ଏହି ଜିନିଷଗୁଡ଼ିକ ନକାରାତ୍ମକ ଶକ୍ତିକୁ ଆକର୍ଷିତ କରିଥାଏ ଏବଂ ମତଭେଦ ସୃଷ୍ଟି କରିଥାଏ । ତେଣୁ, ସେଗୁଡିକୁ ରୋଷେଇ ଘର କିମ୍ବା ଅନ୍ୟାନ୍ୟ ସ୍ଥାନରେ ରଖିବା ଉଚିତ, ଯାହାଫଳରେ ପରିବେଶ ସକରାତ୍ମକ ରହିବ।

ଧାର୍ମିକ ପୁସ୍ତକ :

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଶ୍ରୀମଦ୍ ଭାଗବତ ଗୀତା, ରାମାୟଣ, ମହାଭାରତ ଭଳି ଧାର୍ମିକ ପୁସ୍ତକ କେବେବି ଶୋଇବା ଘରେ ରଖିବା ଉଚିତ୍ ନୁହେଁ। ବେଡ୍‌ ରୁମରେ ଏହାକୁ ରଖିବା ଦ୍ୱାରା ଧାର୍ମିକ ପୁସ୍ତକ ପ୍ରତି ଅପମାନିତ ହୋଇଥାଏ। 

ଦେବା-ଦେବୀଙ୍କ ମୂର୍ତ୍ତି :

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଶୋଇବା ଘରେ କେବେବି ଦେବା-ଦେବୀଙ୍କ ପ୍ରତିମା କିମ୍ବା ଫଟୋ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ଅଶୁଭ ହୋଇଥାଏ ଏବଂ ପରିବାର ସଦସ୍ୟ ମାନସିକ ଚାପର ଶିକାର ହୋଇପାରନ୍ତି । ଏହା ବ୍ୟତୀତ ଧୀରେ ଧୀରେ ଦାରିଦ୍ରତା ଆପଣଙ୍କୁ ପ୍ରଭାବିତ କରିବା ଆରମ୍ଭ କରେ ।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.