ପ୍ରମୂଖ ଖବର
  • ରାଜ୍ୟରେ ଗଠିତ ହେଲା ୩ଟି ସିଭିଲ୍‌ ଜଜ୍ କୋର୍ଟ, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ
  • ||
  • Terrorist Attack:ଭୁବନେଶ୍ଵର ଆସିବ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ, ରେମୁଣା ସରଗାଁରେ ହେବ ଅନ୍ତିମ ସଂସ୍କାର
  • ||
  • ସୁନ୍ଦରଗଡ ନାବାଳିକା ଦୁଷ୍କର୍ମ ଘଟଣା : ମାମଲାର ପୁନର୍ବିଚାର ପାଇଁ ତଳ କୋର୍ଟକୁ ପଠାଇ ଦେଲେ ହାଇକୋର୍ଟ
  • ||
  • ନୂଆପଡ଼ା : ଜେଠୁପାଲି ଗାଁରେ ପୋଲିସର ଚଢ଼ାଉ: ୨୩ ଜୁଆଡ଼ି ଗିରଫ, ନଗଦ ୪୮ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ଜାମ୍ମୁକାଶ୍ମୀରରେ ଫସିଲେ ରାଉରକେଲା ପର୍ଯ୍ୟଟକ, ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଅନୁରୋଧ କଲେ ଭଉଣୀ
  • ||
  • ଖୋର୍ଦ୍ଧା : ମିଶନ ଶକ୍ତି କାଫେରୁ ଚୋରି, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟିନେଲେ ଦୁର୍ବୃତ୍ତ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ଅପରାହ୍ନ ୫ଟାରୁ ରାତି ୧୦ଟା ଦର୍ଶନ ମନା
  • ||
  • ୱାଙ୍ଖଡ଼େ ପରାଜୟର ପ୍ରତିଶୋଧ ଉପଲ୍‌ରେ, ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ସନରାଇଜର୍ସ
  • ||
  • ବୁଧବାର କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ, ୮ରୁ ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • କନ୍ଧମାଳ : ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ ତିନି ଗୁରୁତର
  • ||
  • କଟକ : ଦୋଳମୁଣ୍ଡାଇ ଛକ ନିକଟସ୍ଥ ଦୋକାନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||

ରାସ୍ତା କଡରେ ବାଇକ ପୋଡି ଦେଲେ ଦୁର୍ବୁତ୍ତ, ତଦନ୍ତ କରୁଛି ପୋଲିସ

Published By : Prameya | April 15, 2025 8:45 AM

ଫିରିଙ୍ଗିଆ ୧୫/୦୪: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନୀ ପଦର ପଞ୍ଚାୟତ ବରେବାଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ରାସ୍ତା କଡରେ ଏକ ବାଇକକୁ ଦୁର୍ବୃତ୍ତ ପୋଡି ଦେଇଥିବା ଦେଖିବାକୁ ମିଳିଛି l ରବିବାର ଦିନ ବିଳମ୍ଭ ରାତିରେ କାଶିନୀ ପଦର ଠାରେ ଦଣ୍ଡଯାତ୍ରା ମେରୁ ଅନୁଷ୍ଠିତ ହେଉଥିଲା । ଏହି ସମୟରେ ପ୍ରବଳ ଗହଳି ଚହଳି ଲାଗି ରହିଥିଲା l ବରେବାଟା ଗାଁର ଶ୍ରୀକାନ୍ତ କହଁର ନାମକ ଜଣେ ଯୁବକ ଗହଳି ଲାଗିରହିଥିବାରୁ ତାଙ୍କ ବାଇକକୁ ଘରକୁ ନେଇଁ ନେଇପାରିନଥିଲେ। ସେଥିଲାଗି ସେ ଗାଁ ଘରପାଖ ରାସ୍ତା କଡରେ ବାଇକ ରଖି ଘରକୁ ଯାଇଥଲେ । । 

ତେବେ ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ଗାଡ଼ିରେ ନିଆଁ ଲଗାଇ ଦେଇଥିବା ବେଳେ ଗାଡିଟି ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇ ଯାଇଛି l ଏ ନେଇ ଶ୍ରୀକାନ୍ତ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗାଡି ପୋଡି ଘଟଣା ପୂର୍ବ ଶତ୍ରୁତା ନା ଆଉ କଣ ରହିଛି କିଛି ଜଣା ପଡ଼ିନଥିବା ବେଳେ ଫିରିଙ୍ଗିଆ ପୋଲିସ ଗୋପିନାଥ ବେହେରା ଏହାର ତଦନ୍ତ କରୁଥିବା ସୂଚନା ମିଳିଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.