ନୂଆଦିଲ୍ଲୀ,୦୩/୦୨: 'ମୁଁ ଶୁଣିଛି ଦିଲ୍ଲୀରେ ନବମ ଶ୍ରେଣୀ ଯାଏ ପଢିବା ପରେ ଛାତ୍ରଛାତ୍ରୀ ଆଉ ପାଠ ପଢୁନାହାନ୍ତି । ସେମାନଙ୍କ ପାଠ ପଢାରେ ବ୍ରେକ୍ ଲାଗୁଛି । ସେମାନେ (ଆପ୍ ସରକାର) ଛାତ୍ରଛାତ୍ରୀଙ୍କୁ ଅଧିକ ପଢିବାକୁ ଦେଉ ନାହାନ୍ତି । ଦିଲ୍ଲୀ ନିର୍ବାଚନକୁ ମଝିରେ ଆଉ ଗୋଟିଏ ଦିନ ଥିବା ବେଳେ କିଛି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଆଜି (ସୋମବାର) ଦିଲ୍ଲୀରେ କିଛି ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦିଲ୍ଲୀରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢିବାକୁ ଦିଆଯାଉନାହିଁ । ନବମ ଶ୍ରେଣୀ ପଢିବା ପରେ ସେମାନଙ୍କ ପାଠ ପଢାରେ ବ୍ରେକ୍ ଲାଗୁଛି । ଯେଉଁ ପିଲାମାନଙ୍କର ପାସ୍ ହେବାର ଗ୍ୟାରେଣ୍ଟି ଅଛି ସେମାନେ କେବଳ ଆଗକୁ ଯାଉଛନ୍ତି ହେଲେ କାହିଁକି । କାଳେ ଅନ୍ୟ ପିଲା ଦଶମକୁ ଗଲେ ରେଜଲ୍ଟ ହାର କମିଯିବ ବଦନାମ ହେବ ସେଥିପାଇଁ ସରକାର ଏପରି କରୁଛନ୍ତି । ଦଶମ ପାସ୍ ପ୍ରତିଶତ କମି ଯିବା ପାଇଁ ଆମ୍ ଆଦମୀ ସରକାର ଏପରି କରୁଛି ।

ଏହା ବି ପଢନ୍ତୁ...ଦିଲ୍ଲୀ ଫାଇଟ୍ ; ଆଜି ସରିବ ପ୍ରଚାର, କ୍ୟାମ୍ପେନ ଶେଷ ଦିନରେ କମ୍ପୁଛି ରାଜଧାନୀ

କହି ରଖୁଛୁ କି, ଆସନ୍ତା ୫ ତାରିଖରେ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନକୁ ଆଇ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଛାତ୍ରଛାତ୍ରାଙ୍କ ସହ କଥା ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଛନ୍ତି । ଶାସକ ଆପ୍ ଶିକ୍ଷା ନୀତି ସୁଧାରିଥିବା କହୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଉକ୍ତ ରାଜଧାନୀ ରାଜନୀତିକୁ ସରଗରମ କରିଛି । ଏପରି ବୟାନ ଦେଇ ପିଏମ ଆପ୍ ସରକାରକୁ ଟାର୍ଗେଟ କରିଥିବା ଚର୍ଚ୍ଚା ହେଉଛି । କଣ ସତରେ ଦିଲ୍ଲୀ ସରକାର  ଛବି ବଞ୍ଚାଇବାକୁ ଏପରି କରୁଛନ୍ତି ଏହି ପରି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।