ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ତାରା ତାରିଣୀ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ

Published By : Harapriya Sethi | November 6, 2024 9:10 AM

ପୁରୁଷୋତ୍ତମପୁର,୦୬/୧୧: ପ୍ରସିଦ୍ଧ ତାରା ତାରିଣୀ ମନ୍ଦିରରୁ ବଡ଼ ଧରଣର ଚୋରି । ମନ୍ଦିରର କବାଟ କାଟି ୨ଟି ରୁପା ମୁକୁଟ, ୨ଟି ରୁପା ମୁଖା, ୩ଟି ସୁନା ଛାଉଣୀ ମୁକୁଟ ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟିନେଲେ ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ର ତାରା ତାରିଣୀ ମନ୍ଦିରରୁ ଏହି ଲୁଟପାତ୍‌ ହୋଇଛି ।

ସୂଚନା ମୁତାବକ, ତାରା ତାରିଣୀ ମନ୍ଦିରର କବାଟକୁ ପ୍ରଥମେ ଏକ କଟର୍‌ ସାହାଯ୍ୟରେ କାଟିଥିଲେ ଦୁର୍ବୃତ୍ତ । ପରେ ମନ୍ଦିର ଭିତରେ ପଶି ମା'ଙ୍କ ୨ଟି ରୁପା ମୁକୁଟ, ୨ଟି ରୁପା ମୁଖା, ୩ଟି ସୁନା ଛାଉଣୀ ମୁକୁଟ, ହୁଣ୍ଡିରୁ ଦାନ ଅର୍ଥ ଚୋରି କରିଥିଲେ ଚୋର । ବୁଧବାର ଭୋର ସମୟରେ ମନ୍ଦିରର ପୂଜାରୀ ଆସି ଏହି ଚୋରି ହୋଇଥିବା ବିଷୟରେ ଜାଣିବାକୁ ପାଇଥିଲେ । ଏହା ଦେଖି ସେ ମନ୍ଦିରର ଅନ୍ୟ ପୂଜାରୀ ଏବଂ ମନ୍ଦିରର କମିଟିକୁ ଖବର ଦେଇ ପୋଲିସକୁ ମଧ୍ୟ ଏହି ଘଟଣା ସମ୍ୱନ୍ଧରେ ଅବଗତ କାରାଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଚଦନ୍ତ ଚଳାଇଛି । ମନ୍ଦିରରେ ୧୬ଜଣ ଜଗୁଆଳି ଥାଇ ସୁଦ୍ଧା ଏଭଳି ଘଟଣା ଘଟିଗଲା । ମନ୍ଦିରରେ କୌଣସି ସିସିଟିଭି ମଧ୍ୟ ନାହିଁ । ପ୍ରତ୍ୟେକ ଦିନ ଭୋର ୪ଟାରେ ମଙ୍ଗଳ ଆଳତି ହେବା କଥା, କିନ୍ତୁ ଏହି ଲୁଟ୍‌ କାରଣରୁ ଏପର୍ଯ୍ୟନ୍ତ ମୁଖ୍ୟ ଦ୍ଵାର ଖୋଲିନି । ଫଳରେ ବହୁ ଭକ୍ତ ଏବଂ ପର୍ଯ୍ୟଟକ ମା'ଙ୍କ ଦର୍ଶନ ପାଇଁ ଅପେକ୍ଷା କରି ରହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.