ଗୋପାଳପୁର,୨୫/୭ : ଗୋପାଳପୁର ଥାନାର ବଡ଼ ସଫଳତା। ଗତକାଲି ଗୋପାଳପୁର ଷଣ୍ଢ ଛକଠାରେ ଏମଭି ଚେକିଂ ଚାଲିଥିବାବେଳେ ଜଣେ ଯୁବକ ଦୃତଗତିରେ ବାଇକ ଚଳାଇ ଆସୁଥିବାବେଳେ ତାକୁ ପୁଲିସ ଅଟକାଇ ବାଇକର କାଗଜପତ୍ର ମାଗିଥିଲେ। କାଗଜପତ୍ର ନ ଦେବାରୁ ତାକୁ ପୁଲିସ ଅଟକ ରଖି ପଚରାଉଚରା କରିଥିଲା। ବ୍ୟକ୍ତି ଜଣଙ୍କ ଶୀତଳl ପଲ୍ଲୀ ଗ୍ରାମର ସୁଶାନ୍ତ ସେଠୀ ବୋଲି ପୁଲିସ କହିଛି।
ସୁଶାନ୍ତ ସେଠୀ ଓ ଅନ୍ୟ ଜଣେ ସାଙ୍ଗ ଦିଗପହଣ୍ଡି ଥାନା ଅଂଚଳର ଶିବ ରେଡି ଏହି ବାଇକଟି ଚୋରି କରିଥିବା କହିଥିଲା । ଅଧିକ ତଦନ୍ତ ପରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୩ଟି ବାଇକ୍ ଚୋରି କରିଥିବା ପୁଲିସକୁ କହିଥିଲା । ଅଭିଯୁକ୍ତ ସୁଶାନ୍ତ କହିବା ପ୍ରକାରେ ଚୋରି ବାଇକ ବିକ୍ରି କରିଥିବା ମଲିକଙ୍କ ନାମ କହିବା ପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲିକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ୧୩ଟି ଚୋରା ବାଇକ୍ ଜବତ କରିବା ସହ କିଣିଥିବା ମଲିକକୁ ଥାନାକୁ ଆଣି ପଚରାଉଚରା କରିଥିଲା । ଏ ନେଇ ଚୋରି କରିଥିବା ଅଭିଯୁକ୍ତ ସୁଶାନ୍ତ ସେଠୀକୁ କେଶ ନଂ ୨୪୪/୨୫ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି ।