ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଖୁବଶୀଘ୍ର ବୁଡିଯିବ ଏହି ଦେଶ ! ଅଧା ଜନସଂଖ୍ୟା ଅଷ୍ଟ୍ରେଲିଆ ସ୍ଥାନାନ୍ତର ପାଇଁ କଲେ ଆବେଦନ

Published By : Harapriya Biswal | July 19, 2025 7:06 PM

ନୂଆଦିଲ୍ଲୀ,୧୯।୭:  ଟୁଭାଲୁ ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଛୋଟ ଦ୍ୱୀପ ରାଷ୍ଟ୍ର। ଏହା ଏବେ ଜଳବାୟୁ ପରିବର୍ତ୍ତନର ଭୟଙ୍କର ସ୍ଥିତିର ସମ୍ମୁଖୀନ ହୋଇଛି।  ଏହାର ସମଗ୍ର ଜନସଂଖ୍ୟା ବୁଡ଼ିଯିବାର ଆଶଙ୍କାର ରହିଛି। ଏବେ ବିଶ୍ୱର ପ୍ରଥମ ଯୋଜନାବଦ୍ଧ ଜାତୀୟ ପ୍ରବାସ ଆରମ୍ଭ ହେଉଛି। ଜୁନ୍ ୧୬ ତାରିଖରେ ଆରମ୍ଭ ହୋଇଥିବା ଭିସା ଆବେଦନରେ, ୫,୧୫୭ ଜଣ (ପ୍ରାୟ ଜନସଂଖ୍ୟାର ଅଧା) ଅଷ୍ଟ୍ରେଲିଆରେ ଶରଣ ପାଇଁ ପଞ୍ଜୀକରଣ କରିଛନ୍ତି।

୧୮ ଜୁଲାଇରେ ଆବେଦନ ବନ୍ଦ ହୋଇଗଲା। ପ୍ରତିବର୍ଷ ୨୮୦ ଜଣ ଟୁଭାଲୁଆନ୍ ଅଷ୍ଟ୍ରେଲିଆକୁ ଯାଇପାରିବେ। ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ଯୋଗୁଁ ଏସବୁ ଘଟୁଛି। ଟୁଭାଲୁ ଯାହାକି ଅଷ୍ଟ୍ରେଲିଆ ଓ ହଓ୍ବାଇ ମଧ୍ୟରେ ଅବସ୍ଥିତ। ଟୁଭାଲୁ ଦକ୍ଷିଣ ମହାସାଗରର ଏକ ଦେଶ ଯାହା ଅଷ୍ଟ୍ରେଲିଆ ଓ ହାୱାଇ ମଧ୍ୟରେ ଅବସ୍ଥିତ । ଏହା ବିଶ୍ୱର ଚତୁର୍ଥ କ୍ଷୁଦ୍ର ଦେଶ ଭାବରେ ବେଶ ଜଣା । ଏହା ୯ଟି ଦ୍ୱୀପପୁଞ୍ଜରେ ଗଠିତ ଦେଶର ଏକ ସଦସ୍ୟ । ଉଚ୍ଚତା ମାତ୍ର ୬ ଫୁଟ। ସବୁଠାରୁ ଉଚ୍ଚ ପଏଣ୍ଟ ମଧ୍ୟ ମାତ୍ର ୧୫ ଫୁଟ। 

ଗତ ୩୦ ବର୍ଷରେ ସମୁଦ୍ରର ସ୍ତର ୬ ଇଞ୍ଚ(୧୫ ସେଣ୍ଟିମିଟର) ବଢିସାରିଛି। ବୈଜ୍ଞାନିକଙ୍କ ମତରେ ୨୦୫୦ ପର୍ଯ୍ୟନ୍ତ ଟୁଭାଲୁର ଅଧା ଜନସଂଖ୍ୟା ପାଣିରେ ବୁଡିଯିବ। ୨୧୦୦ ପର୍ଯ୍ୟନ୍ତ ୯୦%ରୁ ଅଧିକ ସ୍ଥଳଭାଗ ଗାଏବ ହୋଇଯିବ। ଏହାସହ ଝଡ,ବାତ୍ୟା ଓ ବନ୍ୟାରେ ଟୁଭାଲୁକୁ ନଷ୍ଟ କରୁଛି। ସମୁଦ୍ରର ପାଣି ପଶି ଆସୁଥିବାରୁ ପିଇବା ପାଣି ଏବଂ ଫସଲ ପାଇଁ ପାଣି ମିଳୁନି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.