ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଅନେକ ଲୋକ ଚାପରେ ରହୁଛନ୍ତି। ତେଣୁ ସକ୍ରିୟ ରହିବା ପାଇଁ ନିଜର ଦୈନନ୍ଦିନ ଖାଦ୍ୟରେ ପ୍ରୋଟିନଯୁକ୍ତ ଖାଦ୍ୟ ସାମିଲ କରିବା ଆବଶ୍ୟକ । ଯାହା ଶରୀରର ମାଂସପେଶୀକୁ ମଜବୁତ କରିଥାଏ ଏବଂ ଥକ୍କାପଣ ଦୂର କରେ । ଏହି ପୋଷକ ତତ୍ତ୍ବ ଗୁଡ଼ିକ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବାରେ ମଧ୍ୟ ସାହାଯ୍ୟ କରେ । ତେବେ ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ ...
ଦୁଗ୍ଧଜାତ ଦ୍ରବ୍ୟ:ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ ପ୍ରୋଟିନରେ ଭରପୁର। ଯାହା ମାଂସପେଶୀ ଗଠନରେ ସାହାଯ୍ୟ କରେ । ଏହାସହ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
ବାଦାମ:ବାଦାମରେ ଭରପୁର ପ୍ରୋଟିନ ରହିଛି । ପିସ୍ତା ଏବଂ ବାଦାମ ପ୍ରତିଦିନ କିଛି ପରିମାଣରେ ଖାଇବା ଭଲ। ଏଗୁଡ଼ିକ ହୃଦୟ ପାଇଁ ବେଶ ଲାଭଦାୟକ । ଏଗୁଡ଼ିକୁ ସାଲାଡ ଏବଂ ରନ୍ଧା ଖାଦ୍ୟରେ ପକାଇ ଖାଇପାରିବେ । ବାଦାମରେ କ୍ୟାଲୋରୀ ମଧ୍ୟ ଅଧିକ ଥାଏ । ତେଣୁ ଏଗୁଡ଼ିକୁ ସୀମିତ ପରିମାଣରେ ଖାଇବା ଆବଶ୍ୟକ।
ଡ଼ାଲି ଜାତୀୟ ଦ୍ରବ୍ୟ: ଡ଼ାଲି, ମଟର ଏବଂ ବୁଟରେ ଅଧିକ ମାତ୍ରାରେ ପୁଷ୍ଟିକର ପଦାର୍ଥ ମିଳେ । ଯାହା ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ । ଏଥିରେ ବିଶେଷ ଭାବରେ ପ୍ରୋଟିନ ଅଧିକ ଥାଏ । ଡାଲିରେ ଥିବା ଫାଇବର ପରିମାଣ ଶରୀରର ଓଜନ ନିୟନ୍ତ୍ରଣରେ ରଖେ ।
ସୋୟାବିନ୍:ସୋୟାବିନରେ ପ୍ରୋଟିନ ଅଧିକ ମାତ୍ରାରେ ରହିଥାଏ । ଏହା ସୋୟା କ୍ଷୀର,ସୋୟା ପେଷ୍ଟ ଏବଂ ଟୋଫୁ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ । ସାଧାରଣ କ୍ଷୀର ପରି ସୋୟା କ୍ଷୀରରେ ମଧ୍ୟ ପ୍ରୋଟିନ ଅଧିକ ଥାଏ ।