ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ବିଶ୍ୱର ଶ୍ରେଷ୍ଠ ଫ୍ରୋଜନ୍‌ ବିଶ୍ୱର ଶ୍ରେଷ୍ଠ ଫ୍ରୋଜନ୍‌ ଡେଜର୍ଟ: ୮ମରେ କୁଲ୍‌ଫ

Published By : Anindita Ratha | August 1, 2025 9:16 AM

ନୂଆଦିଲ୍ଲୀ,୦୧/୦୮:ଭାରତର ଅତି ପ୍ରିୟ ମିଠା କୁଲ୍‌ଫିକୁ ମିଳିଛି ବୈଶ୍ୱିକ ମାନ୍ୟତା । ଲୋକପ୍ରିୟ ଫୁଡ୍‌ ଓ ଟ୍ରାଭେଲ୍‌ ଗାଇଡ୍‌ ‘ଟେଷ୍ଟ୍‌ ଆଟ୍‌ଲାସ’ ବିଶ୍ୱର ୫୦ ଶ୍ରେଷ୍ଠ ଫ୍ରୋଜନ୍‌ ଡେଜର୍ଟର ତାଲିକା ଜାରି କରିଛି । ଯେଉଁଥିରେ କୁଲ୍‌ଫି ଥରେ ନୁହେଁ, ବରଂ ଭିନ୍ନ ମାର୍ଗରେ ଦୁଇ ଥର ତାଲିକାରେ ସ୍ଥାନ ପାଇଛି । ବିଶ୍ୱର ସର୍ବଶ୍ରେଷ୍ଠ ଫ୍ରୋଜନ୍‌ ଡେଜର୍ଟ ଭାବେ ୮ମ ସ୍ଥାନ ହାସଲ କରିଛି କୁଲ୍‌ଫି ।  

ସେହିପରି ଟେଷ୍ଟ୍‌ ଆଟ୍‌ଲାସ ପକ୍ଷରୁ କୁଲ୍‌ଫି-ଫାଲୁଦା କମ୍ବୋକୁ ୩୧ତମ ସ୍ଥାନ ମିଳିଛି । ଟେଷ୍ଟ୍‌ ଆଟ୍‌ଲାସର ସଦ୍ୟତମ ବିଶ୍ୱର ଶ୍ରେଷ୍ଠ ଫ୍ରୋଜନ୍‌ ଡେଜର୍ଟ ତାଲିକାର ଶୀର୍ଷରେ ଅଛି ତୁର୍କୀର ଡନ୍‌ଡୁର୍ମା । ତା’ପରେ ଅଛି ଆମେରିକାର କଷ୍ଟାର୍ଡ ଏବଂ ଇଟାଲୀର ଜିଲେଟୋ ଅଲ୍‌ ପିସ୍ତାଚିଓ । ଏହା ପୂର୍ବରୁ ଭାରତର ଅନେକ ମିଠା ଓ ଅନେକ ବ୍ୟଞ୍ଜନକୁ ଟେଷ୍ଟ୍‌ ଆଟ୍‌ଲାସ ମାନ୍ୟତା ଦେଇଛି । ସେହିପରି ବିଶ୍ୱର ୫୦ ଶ୍ରେଷ୍ଠ ଜଳଖିଆରେ ଭାରତର ୩ଟି ବ୍ୟଞ୍ଜନକୁ ଏହା ସ୍ଥାନ ଦେଇଥିଲା । ଆହୁରି ଅଧିକ ଭାରତୀୟ ବ୍ୟଞ୍ଜନ ୫୧-୧୦୦ ମଧ୍ୟରେ ସ୍ଥାନ ପାଇଥିଲା । ତେବେ ମହାରାଷ୍ଟ୍ରର ମିସାଲ ପାଓ ୧୮ତମ ସ୍ଥାନ ହାସଲ କରିଥିବା ବେଳେ  ପରଟାକୁ ୨୩ତମ ଏବଂ ଦିଲ୍ଲୀ-ପ୍ରସିଦ୍ଧ ଛୋଲେ ଭଟୁରେ ୩୨ତମ ସ୍ଥାନରେ ରହିଥିଲା ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.