ନୂଆଦିଲ୍ଲୀ,୨୭/୧୧: ନାଡା ଦ୍ବାରା ୪ ବର୍ଷ ବାସନ୍ଦ ହେବା ପରେ ମୁହଁ ଖୋଲିଛନ୍ତି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା କୁସ୍ତିଯୋଦ୍ଧା କହିଛନ୍ତି ମୋ ପାଇଁ ଆଶ୍ଚର୍ଯ୍ୟକର କଥା କିଛି ନାହିଁ । ବର୍ଷେ ହେବ ମୁଁ ଏହି ପରିସ୍ଥିତିର ସାମ୍ନା କରୁଛି । ଏହା ସବୁ ରାଜନୈତିକ ଷଡଯନ୍ତ୍ର ।

୪ ବର୍ଷ ବାସନ୍ଦ ପରେ ପ୍ରଥମ ପ୍ରତିକ୍ରିୟା ରଖି ବଜରଙ୍ଗ କହିଛନ୍ତି, ମୋ ପାଇଁ ସକିଙ୍ଗ ହେବାର କିଛି କାରଣ ନାହିଁ । ବର୍ଷେ ହେବ ଏହି ସବୁର ସାମ୍ନା କରୁଛି । ନାଡା ମଝିରେ ମାତେ ବ୍ୟାନ କରିଥିଲେ । ପୁଣି ଆଉ ଏକ ପ୍ୟାନ ଗଠନ କରି ୪ବର୍ଷ ବାସନ୍ଦ କରିଛନ୍ତି । ସାମ୍ପୁଲ ଦେଇନଥିବା କହିଥିଲା ନାଡା ।  ଭେନ୍ୟୁ ଛାଡି ପଳାଇଥିବା କହିଥିଲେ । ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଟ୍ରାଏଲ ସମୟରେ ମିଳିଥିବା ସମୟରେ ମେଡିକାଲ ସାର୍ଟିଫିରେକ ଦେଖାଇଥିଲି ।

ସେ ଆହୁରି କହିଛନ୍ତି, ଇତିହାସରେ  କେବେ ବି ଟୁର୍ଣ୍ଣାମେଣ୍ଟ ମଝିରେ ଡୋପ ଟେଷ୍ଟ ପାଇଁ ସାମ୍ପୁଲ ନିଆଯାଇନାହିଁ । ବାଉଟ ସରିବା ପରେ ଡୋପ ଟେଷ୍ଟ ନିଆଯାଏ । ସମଗ୍ର ଦେଶ ଆଗରେ ଯେଉଁ ସାମ୍ପଲ ନେବାକୁ ଚାହିଁବେ ମୁଁ ଦେବାକୁ ପ୍ରସ୍ତୁତ ଅଛି । ମାତ୍ର ସେ ଯେଉଁ ଏକ୍ସପାଏରୀ ଡୋପିଙ୍ଗ କିଟ୍ ଆଣିଥିଲେ ତାର ଉତ୍ତର ମୁଁ ମାଗୁଛି । ଆମେ ମହିଳା କୁସ୍ତିଯୋଦ୍ଧାଙ୍କ  ସହ ଥିବାରୁ ନାଡା ଏପରି କରିଛି । ଏଥିରେ ସରକାର ସାମିଲ ଅଛନ୍ତି । ସବୁ ଏଜେନ୍ସିଂ ସରକାର ଅଧୀନରେ । ଏହା  ସବୁ ରାଜନୈତିକ ଷଡଯନ୍ତ୍ର ।

ପ୍ରକାଶ ଥାଉ କି, କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ନାଡା ୪ ବର୍ଷ ବାସନ୍ଦ କରିଛି । ଗତ ମାର୍ଚ୍ଚ ୧୦ ତାରିଖରେ ଜାତୀୟ ଟ୍ରାଏଲ୍‌ରେ ଡୋପ୍‌ ନମୂନା ଦେବାକୁ ସେ ମନା କରିଥିଲେ । ତେଣୁ ଏପ୍ରିଲ ୨୩ ତାରିଖରେ ନାଡା ତାଙ୍କୁ ସସ୍‌ପେଣ୍ଡ୍‌ କରିଥିଲା । ବଜରଙ୍ଗ୍‌ ଏହା ବିରୋଧରେ ଏଡିଡିପି  ନିକଟରେ ଆବେଦନ କରିଥିଲେ । ମେ’ ୩୧ ତାରିଖରେ ଏଡିଡିପି ସସ୍‌ପେଣ୍ଡ୍‌କୁ ପ୍ରତ୍ୟାହୃତ କରିଥିଲେ । 

ଏହା ପରେ ପୁଣି ବଜରଙ୍ଗଙ୍କୁ  ନୋଟିସ ଜାରି କରିଥିଲା ନାଡା । ସେପ୍ଟେମ୍ବର ଓ ଅକ୍ଟୋବରରେ ମାମଲାର ଶୁଣାଣି ହୋଇଥିଲା । ଶେଷରେ ବଜରଙ୍ଗ ଧାରା ୧୦.୩.୧ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏ ନେଇ ନାଡା ତାଙ୍କୁ ୪ ବର୍ଷ ବାସନ୍ଦ କରିଛି ।