ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସ୍ନାନ କରିବାକୁ ଡରୁଥିଲେ ରାଜା, ଜୀବନକାଳରେ ମାତ୍ର ଦୁଇଥର ଗାଧୋଇଛନ୍ତି

Published By : Krishna Priya | January 11, 2025 11:53 AM

ନୂଆଦିଲ୍ଲୀ ୧୧/୦୧: ପ୍ରତିଦିନ ଗାଧୋଇବା ଦ୍ୱାରା ତ୍ୱଚା ସଫା ରହିବା ସହ ଶରୀର ସୁସ୍ଥ ରହିଥାଏ। ସେଥିପାଇଁ କୁହାଯାଏ, ନିୟମିତ ଗାଧୋଇଲେ ଶରୀରର ଅଧା ରୋଗ ଦୂର ହୋଇଥାଏ। ତେଣୁ ଅଧିକାଂଶ ଲୋକ ଦିନରେ ଥରେ କି ଦୁଇଥର ସ୍ନାନ କରନ୍ତି। ହେଲେ କେହି କେବେ ପୂରା ଜୀବନରେ କେବଳ ଦୁଇଥର ଗାଧୋଇଥିବା କଥା ଶୁଣି ନଥିବେ। ହେଲେ ଫ୍ରାନ୍ସର ରାଜା ଚତୁର୍ଦ୍ଦଶ ଲୁଇ ତାଙ୍କ ଜୀବନକାଳରେ ମାତ୍ର ଦୁଇଥର ଗାଧୋଇଥିଲେ। ରାଜାଙ୍କର ନ ଗାଧୋଇବା ପଛର କାରଣ ହେଉଛି, ସେ ଗାଧୋଇବାକୁ ଭୟ କରୁଥିଲେ। ଏପରି ସ୍ଥିତିରେ ସେ ଶରୀରର ଦୁର୍ଗନ୍ଧ ଦୂର କରିବାକୁ ଅତର ବ୍ୟବହାର କରୁଥିଲେ।

ପିତାଙ୍କ ଅକାଳ ବିୟୋଗ ପରେ କିଙ୍ଗ ଲୁଇ ମାତ୍ର ଚାରି ବର୍ଷ ବୟସରେ ରାଜାଗାଦିରେ ବସିଲେ। ତେବେ ୧୭ ଶତାବ୍ଦୀରେ ଫ୍ରାନ୍ସରେ ପ୍ରତିଦିନ ଗାଧୋଇଲେ ଗମ୍ଭୀର ରୋଗ ବ୍ୟାପୁଥିବା  ଗୁଜବ ବ୍ୟାପିଯାଇଥିଲା। କେବଳ ସେତିକି ନୁହେଁ ଯିଏ ଯେତେ କମ୍‌ ଗାଧୋଇବ ସେ ସେତେ ନୀରୋଗ ରହିବ ବୋଲି କୁହାଯାଉଥିଲା। ଖାସ୍‌ ଏହି କାରଣରୁ ରାଜା ଗାଧୋଇବାକୁ ଡରୁଥିଲେ।   ତେବେ ଶରୀରରୁ ଦୁର୍ଗନ୍ଧ ଦୂର କରିବାକୁ ପ୍ରତିଦିନ ସେ ନୂଆ ନୂଆ ସୁଗନ୍ଧଯୁକ୍ତ ଅତର ଲଗାଉଥିଲେ। ରାଜାଙ୍କ ରାଜ ଦରବାରରେ ସବୁଦିନ ଅତର ସିଞ୍ଚନ କରାଯାଉଥିଲା। ଖାସ୍‌ ଏହି କାରଣରୁ ତାଙ୍କ ରାଜପ୍ରସାଦର ନାଁ ମଧ୍ୟ ‘ଦ ପରଫ୍ୟୁମ୍‌ କୋର୍ଟ’ ରଖାଯାଇଥିଲା।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.