ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଏବର୍ଷ ଦୋଳ ପୂର୍ଣ୍ଣିମାରେ ପଡିବ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କ'ଣ ରହିବ ଏହାର ପ୍ରଭାବ...

Published By : Harapriya Sethi | February 6, 2025 12:46 PM

ନୂଆଦିଲ୍ଲୀ,୦୬/୦୨: ପ୍ରତ୍ୟେକ ବର୍ଷ ଲାଗିବାକୁ ଥିବା ଚନ୍ଦ୍ର ଗ୍ରହଣ ଏବଂ ସୂର୍ଯ୍ୟ ପରାଗ ବିଷୟରେ ଜ୍ୟୋଜିର୍ବିଦ୍‌ ମାନେ ବର୍ଷ ଆରମ୍ଭ ହେବା ପୂର୍ବରୁ ଆକଳନ କରିଥାନ୍ତି । ତେବେ ଚଳିତ ବର୍ଷ ମାର୍ଚ୍ଚ ୧୪ ତାରିଖ ଅର୍ଥାତ ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି । ଯାହା ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ଏହି ଦିନ ବ୍ଲଡ୍‌ ରେଡ୍‌ ବା ଗାଢ ନାଲି ରଙ୍ଗର ଚନ୍ଦ୍ର ଦେଖିବାକୁ ମିଳିବ । ତେବେ ଜାଣନ୍ତୁ, କ'ଣ ରହିବ ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ?

ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣର ପ୍ରଭାବ:-

ଆପଣଙ୍କୁ କହି ରଖୁଛୁ ଯେ, ସାଧାରଣତଃ ଚନ୍ଦ୍ର ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ପୂଜା କରିବାକୁ ବାରଣ କରାଯାଇଥାଏ । ହେଲେ ଦୋଳ ପୂର୍ଣ୍ଣିମାରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହା କେବଳ ଆମେରିକା, ୟୁରୋପ ଏବଂ ଆଟଲାଣ୍ଟିକ ମାହାସାଗରରେ ଦେଖିବାକୁ ମିଳିବ । ସେଥିଲାଗି ଭାରତରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳିବ ନାହିଁ । ଗ୍ରହଣ ସମୟରେ ଭାରତରେ ପୂଜା ଇତ୍ୟାଦି ଉପରେ ମଧ୍ୟ କୌଣସି ବାରଣ ରହିବ ନାହିଁ । ଗ୍ରହଣ ଲାଗିବା ସମୟରେ ଭାରତରେ ଦିନ ହୋଇଥିବ । ଏହି ଦିନ ସମସ୍ତ ପ୍ରକାରର ଧାର୍ମିକ କାର୍ଯ୍ୟ ପୂର୍ବପରି କରାଯିବ । କାରଣ ଭାରତରେ ଚନ୍ଦ୍ର ଗ୍ରହଣର ପ୍ରଭାବ ପଡ଼ିବ ନାହିଁ । ଏହି କାରଣରୁ ଦୋଳ ପୂର୍ଣ୍ଣିମାର ସମସ୍ତ ପୂଜା ବିଧି ସଠିକ ମୁହୂର୍ତ୍ତରେ ହେବ । ଦୋଳ ପୂର୍ଣ୍ଣିମାର ପୂଜା ବିଧି ଉପରେ ଚନ୍ଦ୍ର ଗ୍ରହଣର କୌଣସି ପ୍ରଭାବ ପଡ଼ିବ ନାହିଁ । 

ଦୋଳ ପୂର୍ଣ୍ଣିମାରେ କେଉଁ ସମୟରେ ଲାଗିବ ଭଦ୍ରକାଳ:-

ଚଳିତ ବର୍ଷ ମାର୍ଚ୍ଚ ୧୪ ତାରିଖରେ ଦୋଳ ପୂର୍ଣ୍ଣିମା ପାଳନ ହେବ । କିନ୍ତୁ ଏହି ଦିନ ଭଦ୍ରକାଳ ଦେଖିବାକୁ ମିଳିବ । ଦୋଳ ପୂର୍ଣ୍ଣିମା ଦିନ ସକାଳ ୧୦ଟା ୧୫ ମିନିଟରୁ ଆରମ୍ଭ କରି ରାତି ୧୧ଟା ୨୬ ମିନିଟ ଯାଏଁ ଭଦ୍ରକାଳ ଲାଗି ରହିବ । ଏହି ସମୟ ଅବଧି ମଧ୍ୟରେ ଦୋଳ ପୂର୍ଣ୍ଣିମା ପାଳିତ ହେବ ନାହିଁ । ଭଦ୍ରକାଳ ସମାପ୍ତ ହେବା ପରେ ଦୋଳ ପୂର୍ଣ୍ଣିମା ପାଳନ କରାଯିବ । ରାତି ୧୧ଟା ୨୬ ମିନିଟ ପରେ ଦୋଳ ପୂର୍ଣ୍ଣିମା ପାଳନ କରାଯାଇ ପାରିବ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.