ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣା ପୂର୍ବରୁ ଖାମେନିଙ୍କ ବଡ଼ ବୟାନ; 'ଆତ୍ମସମର୍ପଣକାରୀ ରାଷ୍ଟ୍ର ନୁହେଁ ଇରାନ'

Published By : Anindita Ratha | June 24, 2025 10:37 AM

ନୂଆଦିଲ୍ଲୀ,୨୪/୦୬: ଇସ୍ରାଏଲ-ଇରାନ ସଂଘର୍ଷତରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଖୁବଶୀଘ୍ର ଅସ୍ତ୍ରବିରତି ନେଇ ଘୋଷଣା କରଛନ୍ତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ ଏହି ବୟାନର କିଛି ଘଣ୍ଟା ପୂର୍ବରୁ ଇରାନର ସର୍ବୋଚ୍ଚ ନେତା ଆୟତୋଲ୍ଲା ଅଲ୍ଲି ଖାମେନି ବଡ଼ ବୟାନ ଦେଇଥିଲେ । ସେ କହିଥିଲେ, ଇରାନ ଆତ୍ମସମର୍ପଣକାରୀ ରାଷ୍ଟ୍ର ମାନଙ୍କ ମଧ୍ୟରେ ନୁହେଁ । ଆମେରିକା ସାମରିକ ଘାଟିକୁ କ୍ଷେପଣାସ୍ତ୍ର ମାଡ଼ କରିବା ପରେ ଖାମେନି ଏଭଳି ପ୍ରତିକ୍ରିୟା ରଖିଛନ୍ତି । 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ୍ ମିଡିଆରେ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ନେଇ ପୋଷ୍ଟ କରିଥିଲେ । ଏହା ସହିତ ସେ ଲେଖିଛନ୍ତି, ଏହି ୧୨ ଦିନିଆ ଯୁଦ୍ଧର ଅନ୍ତ । ଇରାନ ପ୍ରତିଶୋଧ ସ୍ବରୂପ କତରରେ ଥିବା ଆମେରିକାର ଏୟାରବେସ ଉପରେ ମିସାଇଲ୍ ମାଡ଼ କରିବା ପରେ ଟ୍ରମ୍ପ ଏଭଳି ପୋଷ୍ଟ କରିଛନ୍ତି । ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇବା ପରେ, ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ - ଫୋର୍ଡୋ, ନାଟାଞ୍ଜ ଏବଂ ଏସଫାହାନ ଉପରେ ବୋମା ପକାଇଥିଲା । ଇସ୍ରାଏଲ ସହିତ ବିବାଦ ସମାପ୍ତ ନ କଲେ ଇସଲାମିକ୍ ଗଣରାଜ୍ୟକୁ ଆହୁରି "ସଠିକ୍ ଆକ୍ରମଣ" କରିବାକୁ ଚେତାବନୀ ଦେଇଥିଲା।  ଆମେରିକାର ଏହି ଆକ୍ରମଣ ଅପରେସନ 'ରାଇଜିଂ ଲାୟନ'ର ନବମ ଦିନରେ ହୋଇଥିଲା।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ଯେ, ଆମେରିକାର ଆକ୍ରମଣ "IDF ସହିତ ସମନ୍ୱୟରେ ଥିଲା" ଏବଂ ଏହା "ଇରାନ ଶାସନର ଆକ୍ରମଣକୁ ରୋକିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ" ଥିଲା। ଜବାବରେ, ଇରାନୀ କ୍ଷେପଣାସ୍ତ୍ର ପଶ୍ଚିମ ଏସିଆର ସର୍ବବୃହତ ଆମେରିକୀୟ ସାମରିକ ଘାଟି, ଅଲ-ଉଦେଦକୁ ଟାର୍ଗେଟ କରିଥିଲା। ଯେତେବେଳେ ଆମେରିକା ଯୁଦ୍ଧରେ ପ୍ରବେଶ କଲା, ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, 'ଶାନ୍ତି ହେବ କିମ୍ବା ଦୁଃଖଦ ଘଟଣା ଘଟିବ।' "ଇରାନର ପ୍ରମୁଖ ପରମାଣୁ ସମୃଦ୍ଧି କେନ୍ଦ୍ରଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯାଇଛି"।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.