ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ହ୍ୟୁଜେସ୍ ଅଗ୍ନିକାଣ୍ଡ : ୧୦,୦୦୦ ଏକରରୁ ଅଧିକ କ୍ଷେତ୍ରରେ ବ୍ୟାପିଛି ଭୟଙ୍କର ନିଆଁ

Published By : Prameya | January 23, 2025 9:33 PM

ନୂଆଦିଲ୍ଲୀ : ଲୋକଙ୍କୁ ବାସହରା କରିଛି ନିଆଁ। ଜୀବନ ଜୀବିକାକୁ ଛାଡ଼ି ପଳାଇଛନ୍ତି ଲୋକେ। ହ୍ୟୁଜେସ୍‌ର ନିଆଁ ୧୦,୦୦୦ ଏକରରୁ ଅଧିକ କ୍ଷେତ୍ରରେ ବ୍ୟାପିଛି, ଫଳରେ ଜୀବନ ବଞ୍ଚାଇବା ପାଇଁ ହଜାର ହଜାର କାଲିଫୋର୍ଣ୍ଣିଆବାସୀ ନିଜର ସଂପତ୍ତି ଛାଡ଼ି ପଳାଇବାକୁ ବାଧ୍ୟ ହୋଇଛନ୍ତି। କାରଣ ଏହି କ୍ଷେତ୍ରରେ ପୂର୍ବରୁ ହିଁ ନିଆଁ କବଳିତ କରି ରଖିଛି, ଯେଉଁଥିରେ ଭୟାବହ କ୍ଷତି ହୋଇଛି ଏବଂ ଡର୍ଜନରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଛି। 

ସୂଚନା ଆଧାରରେ, ବୁଧବାର ସ୍ଥାନୀୟ ସମୟାନୁସାରେ ସକାଳେ ସମୟ ପାଖାପାଖି ୧୦.୫୩ଟା ସୁଦ୍ଧା ଲସ୍‌ ଏଞ୍ଜେଲ୍ସରୁ ପ୍ରାୟ ୪୫ ମାଇଲ୍‌ ଉତ୍ତର-ପଶ୍ଚିମରେ କାଷ୍ଟିକ୍‌ ହ୍ରଦ ନିକଟରେ , ଖୁବ୍‌ ଜୋରରେ ବ୍ୟାପି ଥିବା ଏହି ନୂଆ ଜଙ୍ଗଲୀ ନିଆଁ ତେଜି ଉଠିଥିଲା। ଏହି କାରଣରୁ ୩୧,୦୦୦ରୁ ଅଧିକ ନିବାସୀଙ୍କୁ ଘର ଖାଲି କରିବାକୁ ଆଦେଶ ଦିଆଯାଇଛି, ଏବଂ  ୨୧,୦୦୦କୁ ଅଧିକ ଲୋକଙ୍କୁ ଘର ଖାଲି କରିବାକୁ ଚେତାବନୀ ଦିଆ ଯାଇଛି। ଗୁରୁବାର ସକାଳ ଯାଏ କାହାର ହତାହତ ହେବା ବା ଘର ବା ବ୍ୟବସାୟର କ୍ଷତି ହେବାର କୌଣସି ରିପୋର୍ଟ ନଥିଲା।

ଭୂମି ଓ ଆକାଶରେ ଅଗ୍ନିଶମ ବାହିନୀର କର୍ମଚାରୀ ବାୟୁରେ ବ୍ୟାପି ଥିବା ନିଆଁକୁ ଲିଭାଇବାକୁ ସଂଘର୍ଷ କରୁଛନ୍ତି – ସବୁଠୁ ଭୟାବହ ସ୍ଥିତି ଏହା ଯେ, ଏହା ପ୍ରତି ମିନିଟ୍‌ ୨୩ଟି ଫୁଟବଲ ପଡ଼ିଆ ଯାଏ ବ୍ୟାପୁ ଅଛି – ଯାହାକୁ ଏବେ ୧୪ ପ୍ରତିଶତ ଯାଏ ନିୟନ୍ତ୍ରିତ କରାଯାଇ ସାରିଲାଣି। 

କାଲିଫୋର୍ଣ୍ଣିଆର ଗଭର୍ଣ୍ଣର ଗୋଭିନ ନ୍ୟୁଜାମ୍ ରାଜ୍ୟର ଉତ୍ସ ଗୁଡ଼ିକର( ରିସୋର୍ସ) ନିୟୋଜନ ନେଇ ଘୋଷଣା କରିଛନ୍ତି ଏବଂ କହିଛନ୍ତି କି, ସଙ୍ଘୀୟ ସରକାର ଏହି ନିଆଁକୁ ନିଭାଇବା ପାଇଁ ଯାହା ବି ଦରକାର ସେ ପ୍ରଦାନ କରିବେ। 

ପ୍ରମୁଖ ତଥ୍ୟ –

୧-ହ୍ୟୁଜେସର ନିଆଁ ୧୦,୦୦୦ରୁ ଅଧିକ ଲୋକଙ୍କୁ କବଳିତ କରିଛି , ୧୪ ପ୍ରତିଶତ ଯାଏ ନିଆଁକୁ କାବୁ କରାଯାଇଛି ।

୨- ସେପୁଲଭେଡା ନିଆଁ: ବେଲ୍ ଏୟାରରେ ପୁଣି ଥରେ ଜଙ୍ଗଲରେ ନିଆଁ ଲାଗିଛି ।

୩- ହ୍ୟୁଜେସ ନିଆଁର କାରଣରୁ ୫୦ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବାକୁ ଆଲର୍ଟ ।

୪-୪୦୦୦ ଅଗ୍ନିଶମ କର୍ମଚାରୀ ଖୁବ୍‌ ଜୋରରେ ବ୍ୟାପିଥିବା ନିଆଁକୁ ଲିଭାଇବାରେ ପ୍ରୟାସ କରୁଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.