ନୂଆଦିଲ୍ଲୀ : ଏନସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କର ହତ୍ୟା ମାମଲା ପରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗୁଜରାଟର ଜେଲ୍‌ରେ ବନ୍ଦୀ ଥିବା ଲରେନ୍ସ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କୁ ମଧ୍ୟ ଜୀବନରେ ମାରିବାର ଖୋଲା ଧମକ ଦେଇ ସାରିଛି। ଏବେ ଜଣେ ଯୁବକ ସଲମାନଙ୍କ ସପୋର୍ଟ କରି ଲରେନ୍ସ ବିଷ୍ଣୋଇକୁ ଧମକ ଦେଇଛି। ସେ ଭିଡ଼ିଓରେ କହିଛନ୍ତି , ଶୁଣ ଲରେନ୍ସ ବିଷ୍ଣୋଇ , ସଲମାନ ଖାନଙ୍କ କିଛି ଯଦି ହୁଏ ତ ଠିକ୍‌ ହେବ ନାହିଁ , ତୋର ହତ୍ୟା ଜେଲ୍‌ରେ ହିଁ ହେବ। ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଜୋରରେ ଭାଇରାଲ ହେଉଛି।

ଲରେନ୍ସକୁ ଖୋଲାଖୋଲି ଧମକ ଦେଇଥିବା ଯୁବକଙ୍କ ବିଷୟରେ କୁହାଯାଉଛି କି, ସେ ୟୁପିର ରାଏବରେଲିର ବାସିନ୍ଦା। ହେଲେ କାମ ମୁମ୍ୱାଇରେ କରନ୍ତି। ସେଠାରୁ ସେ ଧମକପୂର୍ଣ୍ଣ ବାର୍ତ୍ତା ଲରେନ୍ସ ବିଷ୍ଣୋଇକୁ ଦେଇଛନ୍ତି। ଭିଡ଼ିଓରେ ଯୁବକ କହୁଛନ୍ତି , ଶୁଣ୍ ଲରେନ୍ସ ବିଷ୍ଣୋଇ , ଦୁଇ ହଜାର ସୁଟର ତୋର ପ୍ରସ୍ତୁତ ତ ୫ ହଜାର ସୁଟର ମୁଁ ମଧ୍ୟ ମୁମ୍ୱାଇରୁ ପଠାଇଛି। ତୋର ଓ ତୋ ସୁଟରଙ୍କୁ ନେଇ ଚିନ୍ତା ନାହିଁ। ୫ହଜାର ସୁଟର ଇମରାନ ଭାଇ ମଧ୍ୟ ଲଗେଇ ଦେଇଛି। ତୋର ତ ଜେଲ୍‌ରେ ହିଁ ହତ୍ୟା ହେବ। ସଲମାନ ଭାଇଙ୍କର ଯଦି କିଛି ହୁଏ ତ କିଛି ଭଲ ହେବ ନାହିଁ। ତୁ ବଞ୍ଚିବୁ ନାହିଁ ଲରେନ୍ସ, ମୁଁ ଡବଲ ସୁଟର ଲଗେଇ ଦେବି। ମୋ ପାଖରେ ପାଖାପାଖି ୨୦ ହଜାର ସୁଟର ଅଛନ୍ତି। ସେପଟେ କୁହାଯାଉଛି ଯେ, ସଂପୃକ୍ତ ଯୁବକଙ୍କର ତଲାସ ଆରମ୍ଭ ହୋଇ ଯାଇଛି ଏବଂ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ ହେଉଛି। 

ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେଉଛି। ଲୋକେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। କିଛି ୟୁଜର ବ୍ୟକ୍ତିଙ୍କ ଗିରଫ ପାଇଁ ଦାବି କରୁଥିବା ବେଳେ , ଆଉ କିଛି ଯୁବକ ମଜା ନେଉଛନ୍ତି।  


କହି ରଖୁଛୁ କି ,ଲରେନ୍ସ ବିଷ୍ଣୋଇ ପଞ୍ଜାବର ବାସିନ୍ଦା ଏବଂ ଗତ ୧୦ ବର୍ଷ ହେବ ବିଭିନ୍ନ ଜେଲ୍‌ରେ ବନ୍ଦୀ ଜୀବନ କାଟୁଛି। ତା ଉପରେ ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କର ହତ୍ୟାର ମଧ୍ୟ ଅଭିଯୋଗ ଲାଗି ସାରିଛି , କଳା ହରିଣ ଶିକାର ମାମଲାରେ ସଲମାନ ଖାନଙ୍କୁ ଜୀବନରେ ମାରିବାର ଧମକ ଦେଇ ସାରିଛି। ଲରେନ୍ସ ସଲମାନଙ୍କୁ ବିଷ୍ଣୋଇ ସମାଜର ମନ୍ଦିରରେ ଯାଇ କ୍ଷମା ମାଗିବାକୁ କହିଛି। କିଛି ଦିନ ପୂର୍ବେ ଲରେନ୍ସ ନିଜର ଗ୍ୟାଙ୍ଗ ଦ୍ୱାରା ସଲମାନଙ୍କ ଘର ବାହାରେ ଫାୟାରିଂ ମଧ୍ୟ କରାଇଛି, ଏହାପରେ ଅଭିନେତାଙ୍କର ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି।