ଦଶମନ୍ତପୁର,୧୩।୭ : ବିରୁଡି ଆକ୍ରମଣରେ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଞ୍ଚାୟତ ଅଧିନସ୍ଥ ଟାମକିଆ ଗୁଡା ଗାଁରେ। ଗୁରୁତରମାନେ ହେଲେ ରମେଶ ମେଲେକା (୨୩), ସ୍ତ୍ରୀ ସନେ ମାଣ୍ଡିଙ୍ଗା ଏବଂ ଝିଅ ଚୁମୁକି ମେଲେକା (୩)। 

ଉକ୍ତ ପରିବାର ଗାଁ ନିକଟସ୍ଥ  ଝାଙ୍କର ଝଲା  ସୁଆଁ କ୍ଷେତକୁ ଯାଇ ଥିଲେ। କ୍ଷେତ ନିକଟରେ କେତେକ ଯୁବକଗୋରୁ  ଜଗିଥିଲେ। ଗାଈମାନେ ଡାଳରେ ଥିବା ବିରୁଡି ମାଛିକୁ ଧକ୍କା ଦେଇ ଥିଲେ। ଫଳରେ ବିରୁଡି ମାଛି ପଲ ସଙ୍ଗେ ଉଡ଼ି ଆସି ରମେଶ, ସନେ ଓ ଝିଅ ଚମୁକିଙ୍କୁ ଆକ୍ରମଣ କରିଥିଲେ।‌ଏଥିରେ ୩ ଜଣ ଗୁରୁତର ହୋଇଥିଲେ।  ଗୁରୁତର ଅବସ୍ଥାରେ ସେମାନଙ୍କୁ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚିକିତ୍ସା କରିଥିଲେ।