ବୌଦ୍ଧ,୪/୧୨(ଆପ୍ର):ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ସରସରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲ ପାଲି ଗ୍ରାମ ମୁଣ୍ଡରେ ରାସ୍ତା କଡ଼ରେ ଥିବା ଧାନ ଗଦାରେ ନିଆଁ ଲାଗି ଜଳି ଯାଇଛି। ପ୍ରାୟ ସାଢ଼େ ତିନି ଏକର ଜମିର ଧାନ ଖରି ଜଳି ନଷ୍ଟ ହୋଇଯାଉଛି l
ମହୁଲ ପାଲି ଗ୍ରାମର ନରେନ୍ଦ୍ର ପ୍ରଧାନ ଅଢେଇ ଏକର ଓ ଅଶ୍ଵିନୀ ପ୍ରଧାନଙ୍କ ଏକ ଏକର ଜମିରୁ ଧାନ କାଟି ରାସ୍ତା କଡ଼ରେ ଗଦା କରି ଧାନ ଅମଳ ପାଇଁ ହର୍ଭେଷ୍ଟର ଅପେକ୍ଷାରେ ଥିଲେ । କେହି ଦୁବୃର୍ତ୍ତ ଧାନ ଖରିରେ ନିଆଁ ଲଗେଇ ଦେଇଥିବା ହେତୁ ସାଢ଼େ ତିନି ଏକର ଜମିର ଧାନ ଜାଳି ପୋଡି ନଷ୍ଟ ହୋଇଯାଉଛି ବୋଲି ସେମାନଙ୍କ ଅଭିଯୋଗ କରିଛନ୍ତି। ଖବର ପାଇ ବୌଦ୍ଧ ଦମକଳ ବାହୀନି ଆସି ନିଆଁକୁ ଆୟତ୍ତ କରିଥିଲେ l ଖବର ପାଇ ସରସରା ଆର ଆଇ ଘଟଣା ସ୍ଥଳରେ ପହଞ୍ଚିଥିବା ଓ କ୍ଷୟକ୍ଷତିର ତଦନ୍ତ କରିଥିଲେ। ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ତୁରନ୍ତ ଦୁଇ ପରିବାରଙ୍କୁ କ୍ଷତି ପୂରଣ ଦେବାପାଇଁ ସର୍ବସାଧାରଣରେ ଦାବୀ ହେଉଛି ।