ସିଂଘିଯୁବା,୧୫/୮ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ କମୀରା ଅସୁରଗଡ ଛକଠାରେ ବାଇକ ରାଇଡରଙ୍କ ଧକ୍କାରେ ୪ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଆଜି ସନ୍ଧ୍ୟା ୫ଟା ସମୟରେ ସଲମାଟିକ୍ରା ଗ୍ରାମର ମୋହନ କୁଅଁର, ରାଜୁ କୁଅଁର ଓ ରାହୁଲ କୁଅଁର ବାଇକରେ ଯାଉଥିବା ସମୟରେ ବରଗଡ଼ ପଟୁ ଦୃତ ଗତିରେ ଆସୁଥିବା କିଛି ବାଇକ ରାଇଡରଙ୍କ ସହ ଉଭୟଙ୍କର ଧକ୍କା ହୋଇଥିଲା। ସେହିଭଳି ଅନ୍ୟ ଜଣେ କମିର ଗ୍ରାମର ମହିଳା ଭୂମି ସାହୁ ନିଜ ବିଲରୁ କାମ ସାରି ଆସୁଥିବାବେଳେ ତାଙ୍କୁ ମଧ୍ୟ ବାଇକ ଧକ୍କା ଦେଇଥିଲା ।
୩ଜଣ ବାଇକ ଆରୋହୀ ଓ ମହିଳାଙ୍କୁ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ପ୍ରଥମେ ବିନିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୩ଜଣ ବାଇକ ଆରୋହୀଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ସୁବର୍ଣ୍ଣପୁର ସହରର ବାଇକ ରାଇଡର ଗୌତମ ପାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖନାକୁ ସ୍ଥାନାନ୍ତର କରାଯାଇଥିଲା। ବିନିକା ପୋଲିସ ଏହି ଘଟଣା ଉପରେ ଅନୁସନ୍ଧାନ ଜାରି ରଖିଥିବାବେଳେ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବାର ସୂଚନା ବିନିକା ଥାନା ଅଧିକାରୀ ଏସଏନ ପଧାନ ପ୍ରତିକ୍ରିୟା ଦେଇଛନ୍ତି ।