ମହାବିରୋଡ଼,୨୯/୫: ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଗୁରୁବାର ଅପରାହ୍ନରେ ଘଡଘଡି ସହ ବର୍ଷା ହୋଇଛି। ଏହି ସମୟରେ ବଜ୍ରଘାତ ଘଟିବାରୁ ୩ଟି ଗୋରୁଙ୍କ ଜୀବନ ଚାଲି ଯାଇଛି।
ସୂଚନା ମୁତାବକ, କଙ୍କଡାହାଡ଼ ବ୍ଲକ କୁଟୁରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଦରଙ୍ଗାମୁଣ୍ଡା ଗାଁରେ ଗୋରୁ ଚରିବାକୁ ଯାଇଥିବା ବେଳେ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଗଛ ମୂଳରେ ଆଶ୍ରୟ ନେଇଥିଲେ। ଅପରାହ୍ନ ସମୟରେ ବଜ୍ରଘାତ ହେବାରୁ ଗ୍ରାମର ବାଉରୀ ଷଣ୍ଢଙ୍କ ଗୋଟିଏ ବଳଦ, ସଞ୍ଜୟ ଷଣ୍ଢଙ୍କ ଦୁଇଟି ଗାଈଙ୍କ ଜୀବନ ଯାଇଛି । ଏ ସଂକ୍ରାନ୍ତରେ ମହାବିରୋଡ଼ ରାଜସ୍ୱ ନିରୀକ୍ଷକ ଶୀତଳ ଦେହୁରୀଙ୍କୁ ଯୋଗାଯୋଗ କରିବାରୁ ସେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିବା କହିଛନ୍ତି। ଉଭୟ ବାଉରୀ ଓ ସଞ୍ଜୟ ଗରିବ ଶ୍ରେଣୀର ହେଇଥିବାକୁ ସରକାରୀ ସହାୟତା ପାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ନିବେଦନ କରିଛନ୍ତି ।