ଦେବଗଡ, ୨୦।୧  ଦେବଗଡ ବନଖଣ୍ଡ ରିଆମାଳ ରେଞ୍ଜ ବରନାଳୀ ଗ୍ରାମରେ ଅଘଟଣ।  ଖୋଲା କୂଅ ମଧ୍ୟରେ ଖସିପଡିଲେ ତିନି ହାତୀ। ଘଟଣାସ୍ଥଳରେ ବନବିଭାଗ ରେସକ୍ୟୁ ଟିମ ପହଞ୍ଚି ଉଦ୍ଧାର କରିଛନ୍ତି। ଜେସିବି ସାହାଯ୍ୟରେ କୂଅ ନିକଟରେ ଖୋଳାଯାଇ ହାତୀ ଉଦ୍ଧାର କରାଯାଇଥିଲା। ତେବେ ହାତୀ କୂଅରେ ପଡିଯିବାରୁ ସେଠାରେ ଅଠର ଟିକିଆ ହାତୀପଲ ଉପସ୍ଥିତ ଥିଲେ।