ଭୁବନେଶ୍ୱର, ୨୮/୧୦:  ଆସନ୍ତା ଜାନୁଆରୀ ମାସରେ କଳିଙ୍ଗ  ଷ୍ଟାଡିୟମକୁ ଫେରିବ ପୁରୁଷ ହକି ଇଣ୍ଡିଆ  ଲିଗ୍‌ (ଏଚଆଇଏଲ) । ୨୦୨୬ ସଂସ୍କରଣ  ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ।  ଏହା ୩ଟି ଭେନ୍ୟୁରେ ଖେଳାଯିବ । ଚେନ୍ନାଇରେ ଜାନୁଆରୀ ୩ରୁ ୯ ତାରିଖରାଞ୍ଚିରେ ଜାନୁଆରୀ ୧୧ରୁ ୧୬ ତାରିଖ  ଏବଂ ଭୁବନେଶ୍ୱରରେ ଜାନୁଆରୀ ୧୭ରୁ  ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । 

ପୁରୁଷ ଲିଗରେ ମୋଟ୍‌ ଫାଇନାଲ  ପର୍ଯ୍ୟନ୍ତ ୩୩ଟି ମ୍ୟାଚ୍‌ ରହିଛି । ଲିଗକ୍ୱାଲିଫାୟର ୧, ଏଲିମିନେଟରକ୍ୱାଲିଫାୟର-୨, ପୋଜିସନ ମ୍ୟାଚ୍‌ ଏବଂ  ଫାଇନାଲ ମ୍ୟାଚ ଭୁବନେଶ୍ୱରରେ (ମୋଟ୍‌  ୧୩ଟି ମ୍ୟାଚ୍‌) ରହିଛି । ଏଥର କୌଣସି  ମ୍ୟାଚ ରାଉରକେଲାରେ ଖେଳାଯିବାର  ସୂଚୀ ନାହିଁ ।

ମହିଳା ଲିଗର ମ୍ୟାଚ ଗୁଡ଼ିକ କେବଳ  ରାଞ୍ଚିରେ ଖେଳାଯିବ । ଡିସେମ୍ବର ୨୮ରୁ  ଆରମ୍ଭ ହୋଇ ଜାନୁଆରୀ ୧୦ ତାରିଖରେ  ଉଦ୍‌ଯାପିତ ହେବ । ମହିଳାରେ ମୋଟ୍‌  ୧୩ଟି ମ୍ୟାଚ୍‌ ରହିଛି ।