ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

ରାଜଧାନୀରେ ତିନି ଥାକିଆ ଲେନ୍‌ ଡ୍ରାଇଭିଂ, ପରୀକ୍ଷାମୂଳକ ଭାବେ ଜୟଦେବ ବିହାରରେ ଆରମ୍ଭ

Published By : Prameya | April 9, 2025 1:15 PM

ଭୁବନେଶ୍ୱର, ୯/୪ : ଦୃତଗାମୀ ଗାଡି଼ କେଉଁ ଲେନ୍‌ରେ ଯିବ ? ମଧ୍ୟମ ଓ ଅଳ୍ପ ସ୍ପିଡ୍‌ରେ ଯାଉଥିବା ଗାଡି଼ ପାଇଁ କେଉଁ ଲେନ୍‌ ଉଦ୍ଦିଷ୍ଟ? ଗାଡି଼ ଚାଳକମାନେ ଅଭ୍ୟସ୍ତ ହେବା ପାଇଁ ସହର ଭିତରେ ଆଜିଠୁ ଲେନ୍‌ ଡ୍ରାଇଭିଂ ଆରମ୍ଭ ହୋଇଛି । ଜୟଦେବ ବିହାରରୁ ନନ୍ଦନକାନନ ରାସ୍ତାରେ ତିନି ଲେନ୍‌ରେ ବସ୍‌, କାର, ଅଟୋରିକ୍ସା ଓ ବାଇକ ଯିବା ପାଇଁ ବ୍ୟବସ୍ଥା କରାଯାଇଛି। 

ଟ୍ରାଫିକ୍‌ ଡିସିପି ତପନ କୁମାର ମହାନ୍ତି କହିଛନ୍ତି, ସଡ଼କ ସୁରକ୍ଷା ନିୟମ ଅନୁସାରେ ପ୍ରତି ଲେନ୍‌ ପାଇଁ ନିର୍ଦ୍ଧିଷ୍ଟ ବେଗ ରହିଛି । ସହରର ପ୍ରାୟ ସବୁ ବଡ଼ ରାସ୍ତାଗୁଡି଼କ ୬ଟି ଥାକିଆ ବିଶିଷ୍ଟ । ଅର୍ଥାତ୍‌, ରାସ୍ତାର ଦୁଇପାଶ୍ୱର୍ରେ ୩ ଲେଖାଏଁ ଲେନ୍‌ ଅଛି । ଜୟଦେବ ବିହାର ରାସ୍ତାରେ ୩ ଥାକିଆ ଲେନ୍‌ ରଖାଯାଇଛି । ଗାଡି଼ର ବେଗ ଅନୁସାରେ, ପ୍ରତି ଲେନ୍‌ରେ ଗାଡି଼ ଯା’ଆସ କରୁଛି । ଦୁର୍ଘଟଣା କମାଇବା ଉଦ୍ଦେଶ୍ୟରେ ଜୟଦେବ ବିହାରରେ ଲେନ୍‌ ଡ୍ରାଇଭିଂ ଆରମ୍ଭ ହୋଇଛି । ଟ୍ରାଫିକ୍‌ ଅତିରିକ୍ତ ଡିସିପି ଅମିତ୍‌ ବର୍ମାଙ୍କ କହିବା ମୁତାବକ, ଗାଡି଼ ଚାଳକମାନେ ମନଇଛା ଓଭରଟେକ୍‌ କରୁଥିବାରୁ ଗାଡି଼ ସହ ଗାଡି଼ ଘସି ହୋଇଯାଉଛି । ଅଯଥାରେ ଦୁର୍ଘଟଣା ସହ ଟ୍ରାଫିକ ଭିଡ଼ ବଢ଼ୁଛି । ଡ୍ରାଇଭରମାନେ ଥରେ ଲେନ୍‌ ଡ୍ରାଇଭିଂରେ ଅଭ୍ୟସ୍ତ ହୋଇଗଲେ, ଦୁର୍ଘଟଣା କମିବା ସମ୍ଭାବନା ରହିଛି । ଆଜି ଆଚାର୍ଯ୍ୟବିହାର, କିଟ୍‌ ଛକରେ ଲାଗୁ ହେବ । ଆଗାମୀ ଦିନରେ ନାଲ୍‌କୋ ଛକ, ଏଜି ଛକ, ରାମ ମନ୍ଦିର ଭଳି କିଛି ଗୁରୁତ୍ୱପୂର୍ଣ୍ଣ ଛକରେ ଏନେଇ ଲେନ୍‌ ଡ୍ରାଇଭିଂର ବ୍ୟବସ୍ଥା କରାଯିବ । 

ଏନ୍‌ଏଚ୍‌ରୁ ଉଭେଇଗଲାଣି ଲେନ୍‌ ଡ୍ରାଇଭିଂ 

ସଡ଼କ ସୁରକ୍ଷା ବିଶେଷଜ୍ଞ ସୁବ୍ରତ ନନ୍ଦଙ୍କ କହିବା ମୁତାବକ, ତତ୍‌କାଳୀନ ଟ୍ରାଫିକ୍‌ ଡିସିପି ତଥା ଖୋର୍ଦ୍ଧା ଏସ୍‌ପି ସାଗରିକା ନାଥ ୨୦୨୦ ମସିହାରେ ପ୍ରଥମଥର ପାଇଁ ଲେନ୍‌ ଡ୍ରାଇଭିଂ ବ୍ୟବସ୍ଥା ଆପଣାଇଥିଲେ । ୧୬ ନଂ ଜାତୀୟ ରାଜପଥ (ଏନଏଚ୍‌)ର ରସୁଲଗଡ଼ରୁ ଫୁଲନଖରା ଯାଏଁ ଲେନ୍‌ ଡ୍ରାଇଭିଂ ଆରମ୍ଭ ହୋଇଥିଲା । ଗାଡି଼ର ବେଗ ଓ ତଦନୁସାରେ ଲେନ୍‌ ସମ୍ପର୍କରେ ସବିଶେଷ ତଥ୍ୟ ବଡ଼ ହୋର୍ଡିଂ ଜରିଆରେ ଗାଡି଼ ଚାଳକଙ୍କୁ ଜଣାଯାଉଥିଲା । କିନ୍ତୁ ଶ୍ରୀମତୀ ନାଥ ଟ୍ରାଫିକ୍‌ ଡିସିପି ଦାୟିତ୍ୱ ଛାଡି଼ବା ପରେ ଲେନ୍‌ ଡ୍ରାଇଭିଂ ଉଭେଇ ଗଲା । ଖାଲି ସହର ଭିତରେ ନୁହେଁ, ସମସ୍ତ ଏନଏଚ୍‌ ଓ ରାଜ୍ୟ ରାଜପଥ (ଏସ୍‌ଏଚ୍‌)ରେ ଏହି ଲେନ୍‌ ବ୍ୟବସ୍ଥା ଲାଗୁ ହେଉ । କାହିଁକି ନା, ଦୃତଗାମୀ ଗାଡି଼ ରାଜପଥରେ ମନଇଚ୍ଛା ଅନ୍ୟ ଗାଡି଼କୁ ଓଭରଟେକ୍‌ କରୁଛି । ଦୁର୍ଘଟଣାର କାରଣ ପାଲଟୁଛି । ଗୋଟିଏ ରାସ୍ତାରେ ପିକ୍‌ ପିରିଅଡରେ କେତେ ଗାଡି଼ ଯାଉଛି, ସେନେଇ ସର୍ଭେ କରାଯାଉ । 

ଲେନ୍‌ ଡ୍ରାଇଭିଂ କ’ଣ ? 

ଜାତୀୟ ସଡ଼କ ସୁରକ୍ଷା ପରିଷଦ ପୂର୍ବତନ ସଦସ୍ୟ ସୟେଦ ମକବୁଲ ଅଲ୍ଲୀ କହିଛନ୍ତି, ଗାଡି଼ର ବେଗ ଅନୁସାରେ ସମସ୍ତ ଏନ୍‌ଏଚ୍‌ ଓ ଏସ୍‌ଏଚ୍‌ରେ ଲେନ୍‌ ଡ୍ରାଇଭିଂ ବାବଦରେ ନିର୍ଦ୍ଦିଷ୍ଟ ନିୟମ ଅଛି । ରାସ୍ତାର ଡିଭାଇଡରକୁ ଲାଗିକି ଥିବା ପ୍ରଥମ ଲେନ୍‌ (ଦକ୍ଷିଣ ପାଶ୍ୱର୍)ରେ ଦୃତଗାମୀ ଗାଡି଼(ଅତି ବେଶୀରେ ଘଣ୍ଟା ପ୍ରତି ୮୦ କିମି) ଯା’ ଆସ କରିବା ଉଚିତ୍‌ । ମଝି ଲେନ୍‌ରେ ମଧ୍ୟମ ବେଗରେ ଯାଉଥିବା ଗାଡି଼(ଘଣ୍ଟା ପ୍ରତି ୫୦/୬୦ କିମି) ଯିବା ଦରକାର । ବସ୍‌, ଟ୍ରକ, ହାଇୱା ଭଳି ଭାରୀଯାନଗୁଡ଼ିକ ପାଇଁ ଏହି ଲେନ୍‌ ଉର୍ଦ୍ଦିଷ୍ଟ। ରାସ୍ତାକଡ଼ରେ ଥିବା ଲେନ୍‌(ବାମପାଶ୍ୱର୍)ରେ କମ ବେଗ(ଘଣ୍ଟା ପ୍ରତି ୪୦ କିମ୍ବା ତା’ଠୁ କମ୍‌) ଥିବା ଗାଡି଼ ଯାଇପାରିବ । କୌଣସି ଗାଡି଼ର ଅବସ୍ଥା ଖରାପ ଥିଲେ, କିମ୍ବା ପୁରୁଣା ଗାଡି଼ ପାଇଁ ଏହି ଲେନ୍‌ ଉର୍ଦ୍ଦିଷ୍ଟ। ଯଦି ଗାଡି଼ଟି ଚାଲୁଥିବା ବେଳେ ବ୍ରେକ୍‌ ଡାଉନ୍‌ ହୋଇଗଲା, ତେବେ ରାସ୍ତାକଡ଼କୁ ସହଜରେ ଯାଇ ପାର୍କିଂ କରିପାରିବ । ସେହିପରି ଏନ୍‌ଏଚ୍‌ରେ ଚତୁର୍ଥ ଲେନ୍‌ ମଧ୍ୟ ଅଛି । ଯାହାକୁ ‘ରାସ୍ତାର କାନ୍ଧ’ କୁହାଯାଏ । ରାସ୍ତାକଡ଼ରୁ ୬ ଫୁଟ୍‌ ଯାଏଁ ଲମ୍ବିଥିବା ଏହି ଲେନ୍‌ଟି ସାଧାରଣତଃ ଫାଙ୍କା ରହିଥାଏ । କୌଣସି ଜରୁରୀକାଳୀନ ଗାଡି଼ କିମ୍ବା ବ୍ରେକ୍‌ ଡାଉନ୍‌ ହୋଇଥିବା ଗାଡି଼କୁ ଉକ୍ତ ଲେନ୍‌ରେ ପାର୍କିଂ କରାଯାଇ ପାରିବ । ଏନ୍‌ଏଚ୍‌ରେ ଟ୍ରାଫିକ୍‌ ଭିଡ଼ ବଢ଼ିଲେ, ଉକ୍ତ ଲେନ୍‌ରେ ଗାଡି଼ ଯାଇପାରିବ।

ଏହି ଖବରଟିକୁ ପଢନ୍ତୁ-ଭୀଷଣ ଖରା ଯୋଗୁଁ କମିଲା ସମୟ ସୀମା, ସ୍କୁଲରେ ସାଢ଼େ ୧୦ଟା ଯାଏ ରହିବେ ଶିକ୍ଷକ





Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.