ପ୍ରମୂଖ ଖବର
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ପଶ୍ଚିମବଙ୍ଗରେ ରହସ୍ୟମୟ ରୋଗ, ଗତ ୪ ଦିନରେ ଗଲାଣି ୩ ଜଣଙ୍କ ଜୀବନ, ଅନେକ ଚିକିତ୍ସାଧିନ...

Published By : Ladu Kishor | January 30, 2025 9:03 PM

ନୂଆଦିଲ୍ଲୀ: ଗତ ଚାରି ଦିନ ମଧ୍ୟରେ ପଶ୍ଚିମବଙ୍ଗରେ ସନ୍ଦିଗ୍ଧ ଗୁଲିୟନ-ବୈରେ ସିଣ୍ଡ୍ରୋମ୍ (GBS) ଭାଇରସ୍ ଆତଙ୍କ ଖେଳାଇଛି । ଏଥିରେ ଜଣେ ଶିଶୁ ସମେତ ତିନି ଜଣଙ୍କର ମୃତ୍ୟୁ ହୋଇଛି। ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏପର୍ଯ୍ୟନ୍ତ ମୃତ୍ୟୁର କାରଣକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିନାହିଁ । କୋଲକାତା ଏବଂ ହୁଗଲି ଜିଲ୍ଲାର ସରକାରୀ ଡାକ୍ତରଖାନାରେ ଏହି ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପଶ୍ଚିମବଙ୍ଗର ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ଭୟଭୀତ ହେବାର କିଛି ନାହିଁ।

ସୂଚନା ଅନୁଯାୟୀ, କୋଲକାତାରେ ଗୁଲିୟନ-ବୈରେ ସିଣ୍ଡ୍ରୋମ୍ (GBS) ର ଏକ ସନ୍ଦେହଜନକ ମାମଲାରେ ଜଣେ ୧୭ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି। ଡାକ୍ତର ମାନେ ସନ୍ଦେହ କରୁଛନ୍ତି ଯେ GBS ଏକ ଅନ୍ତର୍ନିହିତ ଅବସ୍ଥା ହୋଇପାରେ। ଗତ କିଛି ଦିନ ମଧ୍ୟରେ, ସାରା ଦେଶରେ ଅଟୋଇମ୍ୟୁନ୍ ରୋଗର ଅନେକ ମାମଲା ରିପୋର୍ଟ ହୋଇଛି।

ଏହି ସମୟରେ, ଏହି ରୋଗରେ ପୀଡିତ ଆଉ ଚାରି ଜଣ ଶିଶୁ ହସ୍ପିଟାଲ ଏବଂ ଶିଶୁ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଚିକିତ୍ସାଧୀନ ଅଛନ୍ତି। ବର୍ତ୍ତମାନ ଏହି ରୋଗ ବିଷୟରେ ଆନୁଷ୍ଠାନିକ ଭାବରେ କିଛି କୁହାଯାଇ ନାହିଁ।

ପରିସ୍ଥିତିକୁ ଦୃଷ୍ଟିରେ ରଖି, ସ୍ୱାସ୍ଥ୍ୟ ବିଭାଗ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲା, ଯେଉଁଥିରେ ରାଜ୍ୟର ସମସ୍ତ ସରକାରୀ ଏବଂ ଜିଲ୍ଲା ହସ୍ପିଟାଲଗୁଡ଼ିକୁ GBS ର ଯେକୌଣସି ମାମଲାକୁ ତୁରନ୍ତ ବିଭାଗକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.