ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସାମୁଦ୍ରିକ କଇଁଛ ମାଂସ ହେଲା କାଳ; ୩ ମୃତ, ୩୨ରୁ ଅଧିକ ଗୁରୁତର

Published By : Tapas Panda | December 2, 2024 4:55 PM

ନୂଆଦିଲ୍ଲୀ:  ବିଲୁପ୍ତପ୍ରାୟ କଇଁଛ ଖାଇ ୩ ଜଣଙ୍କ ଜୀବନ ଯାଇଛି।  ଏହା ବ୍ୟତୀତ ୩୨ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସାମୁଦ୍ରିକ କଇଁଛ ମାଂସ ଖାଇବା ଦ୍ବାରା ଫିଲିପାଇନ୍ସରେ ଲୋକଙ୍କ ମୃତ୍ୟୁ ଏବଂ ଗୁରୁତର ହେବା ଖବର ବିଶ୍ବରେ ଚର୍ଚ୍ଚା ସୃଷ୍ଟି କରିଛି । ଫିଲିପାଇନ୍ସର ମିଡାନାଓରେ ଥିବା ତେଡୁରେ ଜନଜାତି ସଂପ୍ରଦାୟର ଲୋକମାନେ ସାମୁଦ୍ରିକ କଇଁଛ ଖାଇଥାନ୍ତି । କିନ୍ତୁ ଏକ ବିଲୁପ୍ତପ୍ରାୟ କଇଁଛ ଖାଇବା ପରେ ଲୋକମାନଙ୍କ ଠାରେ ବିଭିନ୍ନ ପାର୍ଶ୍ବପ୍ରତିକ୍ରିୟା ଦେଖାଦେଇଥିଲା । ଲୋକଙ୍କ ଠାରେ ଝାଡ଼ାବାନ୍ତି ଏବଂ ତଳିପେଟ ଯନ୍ତ୍ରଣା ଆଦି ଲକ୍ଷ୍ୟଣ ଦେଖାଦେଇଥିଲା ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । 

ଫିଲିପାଇନ୍ସର ପରିବେଶ ସୁରକ୍ଷା ନିୟମ ଅନୁଯାୟୀ, ଦେଶରେ ସାମୁଦ୍ରିକ କଇଁଛ ଶିକାର କରିବା ନିଷେଧ। ଏହା ସତ୍ତ୍ୱେ‌ ବିଭିନ୍ନ ଅଞ୍ଚଳରେ ସାମୁଦ୍ରିକ ଜୀବ ଖାଇବାର ପରମ୍ପରା ରହିଛି । ତେବେ ସାମୁଦ୍ରିକ କଇଁଛର ମାଂସ ଖାଇବା ଦେହ ପାଇଁ ଅତି ଖରାପ । ବେଳେ ବେଳେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରେ  । ସାମୁଦ୍ରିକ କଇଁଛ ଶରୀରରେ କେଲୋନିଟକ୍ସିନ୍‌ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ଥାଏ । ଏହାର ମାଂସ ଖାଇବା ଦ୍ବାରା ମଣିଷ ଝାଡ଼ାବାନ୍ତି, ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା ସହ ଜୀବନ ହରାଏ। 

କଇଁଛ ଉଦ୍ଧାର ସଂଗଠନ ଅନୁସାରେ, ଲୋକମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ । ତଥାପି କଇଁଛ ଖାଇଥିବା ଶୈବାଳ ହିଁ ଏହାର କାରଣ ହୋଇଥାଇପାରେ । ସେପଟେ କେବଳ ମଣିଷ ନୁହଁନ୍ତି କଇଁଛ ମାଂସ ଖାଇଥିବା କିଛି କୁକୁର, ବିଲେଇ ଏବଂ କୁକୁଡ଼ା ମଧ୍ୟ ଜୀବନ ହରାଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଚିକିତ୍ସାଧୀନ ଥିବା ଲୋକଙ୍କ ମଧ୍ୟରୁ କେତେ ଜଣ ହସ୍ପିଟାଲରୁ ଘରକୁ ଫେରିଛନ୍ତି ।

ସେପଟେ ପରମ୍ପରା ଅନୁସାରେ ୩ ମୃତକଙ୍କ ଶେଷକୃତ୍ୟୁ ସଂପନ୍ନ ହୋଇଛି । ଅନ୍ୟପଟେ ଚଳିତ ବର୍ଷ ଆରମ୍ଭରୁ ନେମ୍ବା ଦ୍ବୀପରେ ସାମୁଦ୍ରିକ କଇଁଛ ମାଂସ ଭକ୍ଷଣ କରି ୮ ଜଣ ଛୋଟପିଲା ଏବଂ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ମାର୍ଚ୍ଚ ୫ରେ ଏକ ଭୋଜିରେ କଇଁଛ ମାଂସ ଖାଇ ୭୮ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏଭଳି ମାମଲା କେବଳ ଫିଲିପାଇନ୍ସରେ ନୁହେଁ ଇଣ୍ଡୋନେସିଆ, ମାଇକ୍ରୋନେସିଆ ଏବଂ ଭାରତ ମହାସାଗରରେ ଥିବା କେତେକ ଦ୍ବୀପରେ ମଧ୍ୟ ଦେଖିବାକୁ ମିଳେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.