ପ୍ରମୂଖ ଖବର
  • ଲାଞ୍ଚ ନେଉଥିବା ବେଳେ ମହିଳା କନିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ,୧୦ ହଜାର ଟଙ୍କା ଜବତ
  • ||
  • କୋରାପୁଟ : ADEOଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହେଲା ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ସହ ୨୮୫ ଗ୍ରାମ୍ ସୁନା
  • ||
  • କଟକ : ବେଲେଶ୍ୱର ଡବଲ ମର୍ଡର ଘଟଣା: ୫ ବର୍ଷ ପରେ ଅଭିଯୁକ୍ତ ଗିରଫ
  • ||
  • ଆଠଗଡ଼ : ଟ୍ରେନ୍‌ରୁ ପାଲ ଚୋରି କରୁଥିଲେ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଯୁବକଙ୍କ ଜୀବନ
  • ||
  • ରାଜସ୍ଥାନ: ଟ୍ରେଲରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ଦୁର୍ଘଟଣାରେ ଚାଲିଗଲା ୩ ଜୀବନ, ଏକାଧିକ ଆହତ
  • ||
  • ବେଆଇନ ଭାବେ ଅନ୍ୟ ଦେଶରେ ରହିବା ଆଇନଗତ ଅଧିକାର ନୁହେଁ । ବେଆଇନ ଭାବେ ରହୁଥିବା ଲୋକଙ୍କୁ ଭାରତ ନେବାକୁ ପ୍ରସ୍ତୁତ: ମୋଦି
  • ||
  • ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ, ପ୍ରଶ୍ନକାଳକୁ ଅଚଳ କରିଦେଲେ ବିରୋଧି, ଦିନ ୧୨ଟା ଯାଏ ଗୃହ ମୁଲତବୀ ଘୋଷଣା
  • ||
  • କଳାହାଣ୍ଡି : କାର୍‌ ଧକ୍କାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଡ୍ରାଇଭର ଅଟକ
  • ||
  • ଆଜି ବିଜେପିର କୋର କମିଟି ବୈଠକ: ଅଧ୍ୟକ୍ଷତା କରିବେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସଭାପତି ଚୟନ ନେଇ ଆଲୋଚନା
  • ||
  • ଗରମରୁ ସାମାନ୍ୟ ଆଶ୍ୱସ୍ତି: ଆଜିଠୁ କମିବ ରାତି ତାପମାତ୍ରା,୧୬ରୁ ପୁଣି ବଢ଼ିବ ତାତି
  • ||

ସିଟ୍ ନମିଳିବାରୁ ବାଛି ନେଲେ ଫାଷ୍ଟ କ୍ଲାସ୍ ବଗିର ଏସି ଟଏଲେଟ୍, କମୋଡ ଉପରେ ବସି କୁମ୍ଭମେଳାକୁ ଯାତ୍ରା

Published By : Prameya | January 31, 2025 11:43 AM

ନୂଆଦିଲ୍ଲୀ, ୩୧/୦୧ : ମହାକୁମ୍ଭରେ ଆସ୍ଥାର ବୁଡ଼ ପକାଇବାକୁ ପ୍ରୟାଗରାଜ ଧାଇଁ ଆସୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଯୁଆଡ଼େ ଦେଖିଲେ ଖାଲି ଜନ ସମୁଦ୍ର। ଟ୍ରେନ୍, ବସ୍ ଠାରୁ ଆରମ୍ଭ କରି ପ୍ଲେନ୍ ଯାଏଁ ମିଳୁନି ସିଟ୍। ଯେଉଁଠି ଦେଖିବ ଯାତ୍ରୀଙ୍କ ଖଚାଖଚ୍ ଭିଡ଼। ଏମିତିକି ଟିକଟ ବୁକ୍ କରିବି ହେଉନି ସିଟ୍ କନଫର୍ମ। ଏହାରି ଭିତରେ ଭାଇରାଲ୍ ହେଉଛି ଏକ ମଜାଦାର୍ ଭିଡିଓ। ଯେଉଁଥିରେ ଦେଖିବାକୁ ମିଳିଛି ପ୍ରୟାଗରାଜରେ ପହଞ୍ଚିବା ପାଇଁ ଯୋଗାଡ଼ ଲଗାଇଛନ୍ତି କିଛି ଯୁବତୀ। ମହାକୁମ୍ଭରେ ବୁଡ଼ ପକାଇବାକୁ କରୁଛନ୍ତି ସଙ୍ଘର୍ଷ ଏବଂ ଏହି ଚ୍ୟାଲେଞ୍ଜ୍‌ପୂର୍ଣ୍ଣ ଯାତ୍ରାକୁ ବି କରିଦେଇଛନ୍ତି ମଜାଦାର୍ ସଫର୍। ବାଛି ନେଇଛନ୍ତି ଫାଷ୍ଟ କ୍ଲାସ୍ ବଗିର ଏସି ଟଏଲେଟ୍। ଏହି ଭିଡିଓଟି ଏବେ ଭାଇରାଲ୍ ହେବାରେ ଲାଗିଛି। 

ଏହି ଖବରଟିକୁ ପଢନ୍ତୁ-୧୨୦୦ ଟଙ୍କାରେ ମିଳୁଛି ୧ ରୁ ୨ ଅଣା, କଏନରେ ଅଛି ଶିବ-ପାର୍ବତୀ ଏବଂ ଶ୍ରୀଗଣେଶଙ୍କ ଚିତ୍ର... ୧୮୧୮ରେ ଜାରି କରିଥିଲା ଇଷ୍ଟଇଣ୍ଡିଆ କମ୍ପାନୀ

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ୩ ଜଣ ଯୁବତୀ ଫାଷ୍ଟ କ୍ଲାସ୍ ଏସି ବଗିର ଟଏଲେଟ୍‌ରେ ବସି ପ୍ରୟାଗରାଜ ଯାତ୍ରା କରୁଛନ୍ତି। ଟ୍ରେନ୍‌ରେ ସିଟ୍ ନମିଳିବା ଯୋଗୁଁ କମୋଡ୍ ଉପରେ ବସି ସେମାନେ କୁମ୍ଭମେଳାକୁ ଯାତ୍ରା କରୁଛନ୍ତି ଏବଂ ଏହାର ଭିଡିଓ କରି ସେୟାର କରିଛନ୍ତି। ଏହି ଭିଡିଓରେ ସେମାନେ କହିଛନ୍ତି ଯେ, ଆପଣମାନେ ଦେଖିପାରୁଥିବେ ଯେ... ଆମ୍ଭେ କୁମ୍ଭମେଳାକୁ ଯାତ୍ରା କରୁଛୁ। ଟଏଲେଟ୍‌ରେ ବସିଛୁ। କମୋଡ୍‌ ହେଉଛି ଆମ ଚେୟାର୍। କମୋଡ୍ ଉପରେ ବସି କୁମ୍ଭମେଳାକୁ ଯାଉଛୁ। ତେବେ ଏହା ଏମିତି ସେମିତି ଟଏଲେଟ୍ ନୁହେଁ। ଏହା ଏକ ଏୟାର କଣ୍ଡିସନ୍ ଟଏଲେଟ୍। ଟଏଲେଟ୍‌ ପରିଷ୍କାର ଅଛି। ଟଏଲେଟ୍‌ରେ ଥିବା ହ୍ୟାଙ୍ଗରରେ ସେ ନିଜ କପଡ଼ା ରଖିଛନ୍ତି। ଟଏଲେଟ୍‌ରେ ଶୌଚ କରିବା ସହ ଯାତ୍ରା କରିବାର ମଜା କିଛି ଅଲଗା ବୋଲି ସେ କହିଛନ୍ତି। କୁମ୍ଭମେଳା ଭଳି ପବିତ୍ର ସ୍ଥାନକୁ ଯିବାକୁ ହେଲେ ଏଭଳି ସଂଘର୍ଷ ତ କରିବାକୁ ପଡ଼ିବ ବୋଲି ମଧ୍ୟ ସେ କହିଛନ୍ତି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.