ଛତ୍ରପୁର, ୧୦/୦୬ : ଗଞ୍ଜାମ ବ୍ଲକରେ କାଳବୈଶାଖୀ ତାଣ୍ଡବ। ସୋମବାର ରାତିରେ କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ବର୍ଷା ପବନ ସାଙ୍ଗକୁ ଘଡ଼ଘଡ଼ି ଯୋଗୁଁ ବିଭିନ୍ନ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏବେ ବେଗରେ ପବନ ବହିଥିଲା ଯେ ଜାତୀୟ ରାଜପଥ ଉପରେ ଏକ କଣ୍ଟେନେର ଓଲଟି ପଡ଼ିଛି । ସେହିପରି ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। ଏପରିକି ପମ୍ପ ହାଉସ୍ର ସୋଲାର ପ୍ୟାନେଲ ଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟି ରାସ୍ତା ସଫା କରିଛନ୍ତି।
ବିଡିଓ ଅଚ୍ୟୁତନନ୍ଦ ଯାନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିବା ସହ ଭିତ୍ତିଭୂମି ସଜାଡ଼ିବା ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।ଝାରେଡ, ରାଧାଗୋବିନ୍ଦ ପୁର, ରାମଗଡ଼, ସୁବଳୟା, ସାନ ରାମଚନ୍ଦ୍ରପୁର, ପାଲଙ୍ଗ ଆଦି ପଞ୍ଚାୟତ ଅଞ୍ଚଳର ଫସଲ କ୍ଷତିଗ୍ରସ୍ତ ହୋଇଛି। ବାଇଗଣ, କୋବି, ଭେଣ୍ଡି ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ପମ୍ପ ହାଉସ୍ରେ ଲାଗିଥିବା ସୋଲାର ପ୍ୟାନେଲଗୁଡିକ ଉଡିଯାଇଛି। ଶତାଧିକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି।