ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

କୋରାପୁଟରେ କାଳବୈଶାଖୀର ତାଣ୍ଡବ; ବଜ୍ରାଘାତରେ ୩ ମୃତ, ୬ ଆହତ

Published By : Bijay Swain | May 16, 2025 11:09 PM

ଲକ୍ଷ୍ମୀପୁର,୧୬/୦୫(ଆପ୍ର): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଓଡ଼ିଆପେଣ୍ଠ ପଞ୍ଚାୟତର ପରଡିଗୁଡ଼ା ଗାଁରେ ଅଭାବନୀୟ ଘଟଣା ଘଟିଛି। ବଜ୍ରାଘାତ ଆଈମାଆଙ୍କ ସହିତ ନାତୁଣୀ ମୃତ ହୋଇଥିବା ବେଳେ ସ୍ଵାମୀ ହିଙ୍ଗୁ ମାଣ୍ଡିଙ୍ଗା ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଆଈ ବୁରୁଦି ମାଣ୍ଡିଙ୍ଗା (୭୦) ଓ ନାତୁଣୀ କଷା ମାଣ୍ଡିଙ୍ଗା (୧୬ ) ଓ ପରଡିଗୁଡା କୁମ୍ଭାର ସାହିର ଅମ୍ବିକା କାଶୀ (୩୫)ଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି।

ଖବର ମୁତାବକ, ପରଡିଗୁଡ଼ା ଗ୍ରାମ ଠାରୁ କିଛି ଦୂରରେ ଥିବା ସର୍ଗି ପଦର ନଦୀ ପାଖରେ ରହିଥିବା ନିଜ ବିଲ ପାଖରେ ବିଲରେ ଖରା ଧାନ ଜଗିବା ପାଇଁ ଏକ ଡାଳରେ ନିର୍ମିତ କୁଡ଼ିଆ ନିର୍ମାଣ କରି ରହି ଆସୁଥିଲେ। କୁଡ଼ିଆରେ ବର୍ଷା ଘଡଘଡି ହେଉଥିବାରୁ ଏହି କୁଡ଼ିଆରେ ୯ଜଣ ବସିଥିଲେ। ଶୁକ୍ରବାର ଦିନ ମଧ୍ୟାହ୍ନ ସମୟରେ ଦିନ ପାଖାପାଖି ୧.୩୦ ସମୟରେ ବର୍ଷା ସହିତ ଘଡଘଡି ବିଜୁଳି ମାରି ବଜ୍ରପାତ ହୋଇଥିଲା। ଏହି ବଜ୍ରପାତରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଆହତ୬ଜଣଙ୍କୁ ଲକ୍ଷ୍ମୀପୁର ମେଡିକାଲରେ ଚିକିତ୍ସା ଚାଲିଛି।

ଏହି ଖବର ପାଇ ଲକ୍ଷ୍ମୀପୁର ଥାନା ଆଇଆଇସି ସୁଜ୍ଞାନୀ ସାହୁ, ପୋଲିସ ସହିତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ। ଏବଂପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା ଓ ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେସିକା ମଧ୍ୟ ପହଞ୍ଚି ଥିଲେ। ଡାକ୍ତରୀ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ହୋଇନଥିବା ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.