କରଞ୍ଜିଆ, ୦୬/୦୧ : କରଞ୍ଜିଆରେ ବାଘ ଆତଙ୍କ। ଗୁହାଳରୁ ଗାଈକୁ ଘୋଷାଡ଼ି ନେଇ ମାରି ଖାଇଲା ବାଘ। କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ୍ ଡଙ୍ଗାଡିହା ବଙ୍ଗଳା ସାହିରେ ଏଭଳି ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି।

ସୂଚନାନୁଯାୟୀ, କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଡ଼ଙ୍ଗାଡିହା ବଙ୍ଗଳା ସାହିର ମନୟ ଆଲଦାଙ୍କ ଗୁହାଳ ଘରୁ ଗତକାଲି ବିଳମ୍ବିତ ରାତିରେ ଏକ ଗାଈକୁ ବାଘ ଝାମ୍ପି ନେଇଥିଲା। ଘରଠୁ କିଛି ଦୂରରୁ ଗାଈକୁ ମାରି ଖାଇବା ପରେ ଛାଡ଼ି ଚାଲିଯାଇଥିଲା। ଆଜି ସକାଳେ ଗାଈର ମୃତଦେହ ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦିଆଯାଇଥିଲା। ଘଟଣା ସ୍ଥଳରେ ଠାକୁରମୁଣ୍ଡା ବନବିଭାଗ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ଏହା ଏକ କଲରାପତରିଆ ବାଘ ବୋଲି ଜଣାପଡ଼ିଛି। ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। କୌଣସି ଗୃହପାଳିତ ପଶୁଙ୍କୁ ଜଙ୍ଗଲକୁ ନଛାଡ଼ିବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ବନବିଭାଗ ପକ୍ଷରୁ ସଚେତନ କରାଯାଉଛି।

ଏହି ଖବରଟିକୁ ପଢନ୍ତୁ- ନୂଆବର୍ଷରେ ପ୍ରଥମ ଲଘୁଚାପ, ବଢ଼ିଲା ବିପଦ: ଆଗକୁ ଘନୀଭୂତ ହେବା ସମ୍ଭାବନା