ପ୍ରମୂଖ ଖବର
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ନୂଆପଡ଼ା ଖୋଲିଭିତର ଗାଁରେ ବାଘ ଆତଙ୍କ, ଗୁହାଳରେ ପଶି ବାଛୁରୀକୁ ଟାଣିନେଲା

Published By : Swapna Ray | June 22, 2025 1:43 PM

ନୂଆପଡ଼ା, ୨୨।୬: ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଖୋଲିଭିତର ସେକ୍ସନ ଖୋଲିଭିତର ଗାଁରେ ପୁଣି ବାଘ ଆତଙ୍କ ଦେଖାଦେଇଛି l ଗାଁ ଲୋକେ ଭୟରେ ରାତିରେ ଘର ବାହାରକୁ ଯିବାକୁ ଭୟ କରୁଛନ୍ତି । ଶନିବାର ରାତିରେ ଖୋଲିଭିତର ଗାଁର ଧର୍ମୁ ଚିନ୍ଦାଙ୍କ ଗୁହାଳରେ ପଶି ଗୋଟିଏ ବାଛୁରୀକୁ ବାଘ ଆକ୍ରମଣ କରିଥିଲା । ବାଛୁରୀଟି ଗୁରୁତର ଆହତ ହୋଇଛି l 

ସୂଚନାନୁସାରେ, ରବିବାର ସକାଳେ ଅଭୟାରଣ୍ୟ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି l ଏହା ଏକ କଲରାପତରିଆ ବାଘ ବୋଲି ଅନୁମାନ କରାଯାଉଛି l ଗାଁରେ ବାଘ ଆକ୍ରମଣ ପରେ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ସଚେତନ କରାଯାଉଛି l 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.