ବୌଦ୍ଧ,୨୯/୧(ଆପ୍ର) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ହାଇସ୍କୁଲ ପଡ଼ିଆ ଠାରେ ବଜାର ଆସୋସିଏସନ ପକ୍ଷରୁ ଚାଲିଥିବା ତିଲେଶ୍ଵର କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସର ଫାଇନାଲ ମ୍ୟାଚ ବିହାର ବକ୍ସର ଓ ସୁନ୍ଦରଗଡ଼ ଦୋସ୍ତିବ୍ରଦର୍ସ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କେହି କାହାରିକୁ ଗୋଲ ସ୍କୋର କରି ପାରିନଥିଲେ । ଫଳରେ ରେଫରିଙ୍କ ନିର୍ଦେଶ କ୍ରମେ ଟ୍ରାଇବ୍ରେକର ସହାୟତା ନିଆଯାଇଥିଲା । ଏଥିରେ ୪- ୩ ଗୋଲରେ ସୁନ୍ଦରଗଡ଼ ଦଳ ବିଜୟୀ ହେବା ସହ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଛି।
ମ୍ୟାଚକୁ ମୁଖ୍ୟ ରେଫରି ଭାବେ ଶେଷଦେଵ ବେହେରା, ଲାଇନସ ମ୍ୟାନ ସୁଜିତ ରାଜହଂସ, ଗରିବ ବେହେରା ଓ ଚତୁର୍ଥ ରେଫରି ଭାବେ ଶିବ ଦେହୁରୀ ଖେଳ ପରିଚାଳନା କରିଥିଲେ । ଏହି ଅବସରରେ ଆସୋସିଏସନର ସଭାପତି ପ୍ରଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ ଯୋଗଦେଇଥିବା ବେଳେ ଆସୋସିଏସନ ଉପସଭାପତି ବିକ୍ରମ ପ୍ରଧାନ, ସହ ସମ୍ପାଦକ ନାରାୟଣ ମହାନ୍ତି ଯୋଗଦେଇ ଟୁର୍ଣ୍ଣାମେଣ୍ଟର ବିଜୟତା ସୁନ୍ଦରଗଡ଼ ଦଳ ଓ ଉପ ବିଜୟତା ବିହାର ବକ୍ସର ଦଳକୁ ଟ୍ରଫି ସହ ପୁରସ୍କାର ସ୍ୱରୂପ ଅର୍ଥ ରାଶି ପ୍ରଦାନ କରିଥିଲେ । ଏହା ସହ ରେଫରି ଓ ଟୁର୍ଣ୍ଣାମେଣ୍ଟ ସହ ଜଡିତ ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସିମୁନ ନାଏକ ମଞ୍ଚପରିଚାଳନା ଓ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ଶୁଭ୍ରଜିତ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଆସୋସିଏସନର ଶୁଭ୍ରଜିତ ପ୍ରଧାନ, ପ୍ରବୀଣ ବେହେରା, ଶିବାନନ୍ଦ ସାହୁ, ଓଁପ୍ରକାଶ ମହନ୍ତି, ଚିକୁ ମହାନ୍ତି, ଗୋପବନ୍ଧୁ ପ୍ରଧାନ , ବିଜୟ କର୍ଣ୍ଣ, ରାଜେଶ ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।