ପୁରୀ, ୧୨।୧୧ : ପୁରୀରେ ହତ୍ୟା । ଟାଇଲସ ମିସ୍ତ୍ରୀଙ୍କୁ ହତ୍ୟା କଲା ସହଯୋଗୀ ।ହାତୁଡ଼ି ରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଅନ୍ୟ ଜଣେ ସହଯୋଗୀ ।ମୃତକ ହେଉଛନ୍ତି ପଶ୍ଚିମବଙ୍ଗ ମେଦିନୀପୁରର ଶେଖ୍ ନୋରା ଆଲମ୍ (୩୫)।ଘଟଣା ସ୍ଥଳରେ ପଚରା ଉଚୁରା କରୁଛି ମେରାଇନ ଓ ତାଳବଣିଆ ଥାନା ପୋଲିସ ।

ମୃତକ ଗତ ଦେଢ଼ ବର୍ଷ ଧରି ଆଖପାଖ ଅଞ୍ଚଳରେ ଲେବରଙ୍କୁ ଆଣି ଟାଇଲ୍ସ କାମ କରି ଆସୁଥିଲେ। ଗତ ୩ ମାସ ଧରି ଘଟଣା ଘଟିଥିବା ସ୍ଥାନରେ କାମ କରୁଥିଲେ ।ତେବେ ଜଣେ ଲେବର ମୁସାରଫଙ୍କ ସହ ପାଟି ତୁଣ୍ଡ ହୋଇଥିଲା ।ପରେ ଶେଖ ନୁରାକୁ ହତ୍ୟା କରିଥିଲା ମୁସାରଫ ।ପାଖରେ ଶୋଇଥିବା ଅନ୍ୟ ଜଣେ ଶେଖ୍ ଫିର୍ଦୋଷଙ୍କୁମଧ୍ୟ ଛୁରୀ ଭୁସି ଫେରାର ହୋଇଛି ମୁଶାରଫ।ଯାହା ଅଭିଯୋଗ କରିଛି ଶେଖ୍ ଫିରଦୋଶ । ଏକ ରେକର୍ଡିଂକୁ ଡିଲିଟ କରିବାକୁ ନେଇ ବଚସା ରୁ ଏଭଳି ଘଟଣା ଘଟିଥିବା କହିଛି ଫିର୍ଦୋଷ