ଲମ୍ବା ଓ ଘନ କେଶ ସବୁ ମହିଳାଙ୍କର ପସନ୍ଦ । କିନ୍ତୁ କେଶ ଝଡିବା ଏବେ ପ୍ରାୟ ମହିଳାଙ୍କର ସମସ୍ୟା ହୋଇପଡିଛି । ଯଦି କେଶ ମୂଳରୁ ସୁସ୍ଥ ରୁହେ, ତେବେ ଝଡିବା ସ୍ୱତଃ କମିଯିବ । ଏଥିପାଇଁ କେଶକୁ ଭରପୂର ଭିଟାମିନ୍‌ ଓ ମିନେରାଲ୍ସ ପରି ପୋଷକ ତତ୍ତ୍ୱ ମିଳିବା ଜରୁରି । ଚାଲନ୍ତୁ ଜାଣିବା କେଶକୁ ସୁସ୍ଥ ରଖିବା ପାଇଁ କେଉଁ କେଉଁ ଭିଟାମିନ୍‌ ଓ ମିନେରାଲ୍ସ ଆବଶ୍ୟକ ହୋଇଥାଏ । 

ଭିଟାମିନ୍‌-ଏ : ସୁସ୍ଥ କେଶ ପାଇଁ ଭିଟାମିନ୍‌-ଏ ଜରୁରି । ଏହାର ଅଭାବରେ କେଶ ରୁକ୍ଷ, ନିସ୍ତେଜ ହେବା ସହ ଝଡିଥାଏ । ଏହି ଅଭାବକୁ ପୂରଣ କରିବା ପାଇଁ କନ୍ଦମୂଳ, ଶୁଖିଲା ଆପ୍ରିକୋଟ୍‌ ଓ ମାଛ ନିୟମିତ ଖାଇବା ଦରକାର । 

 ଭିଟାମିନ୍‌ ବି କମ୍ପେ୍ଲକ୍ସ : ଏହାକୁ ଖାଇବା ଦ୍ୱାରା କେଶ ଝଡିବା କମିବା ସହ ଘନ ହୋଇ ବଢିଥାଏ । ତେଣୁ ନିୟମିତ ଡାଏଟ୍‌ରେ ଭିଟାମିନ୍‌ ବି କମ୍ପେ୍ଲକ୍ସଯୁକ୍ତ ଖାଦ୍ୟକୁ ସାମିଲ କରିବା ଜରୁରି । ଏଥିପାଇଁ ଡାଲି, ନଟ୍ସ, ଛତୁ, ଚିକେନ୍‌, ମାଂସ ଓ ଅଣ୍ଡା ଆଦିକୁ ସାମିଲ୍‌ କରିବା ଆବଶ୍ୟକ।

 କପର୍‌: ଶରୀରରେ କପର୍‌ର ଅଭାବ ଯୋଗୁ କେବଳ କେଶ ଝଡେନି ବରଂ ଶରୀର ଦୁର୍ବଳ ଲାଗିବା, ରକ୍ତହୀନତା ଓ ଡାଇରିଆ ପରି ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଅଭାବକୁ ଦୂର କରିବା ପାଇଁ ଡାଏଟ୍‌ରେ ଛତୁ, ରାଶି, କାଜୁ, କାବୁଲି ଚଣା ଓ ଆଭୋକାଡୋ ଆଦିକୁ ସାମିଲ କରିବା ଉଚିତ୍‌ । 

ଆଇରନ୍‌: ଅଇରନ୍‌ ଅଭାବରେ କେଶ ଝଡିବା ଖୁବ୍‌ ସ୍ୱାଭାବିକ । ଆଇରନ୍‌ର ଅଭାବକୁ ଦୂର କରିବା ପାଇଁ ଖାଦ୍ୟରେ ଆଇରନ୍‌ଯୁକ୍ତ ଖାଦ୍ୟକୁ ସାମିଲ୍‌ କରିବା ଆବଶ୍ୟକ । ଏଥିପାଇଁ ବ୍ଲାକ୍‌ବେରିଜ୍‌, ଚେରି, ସେଓ ଓ ପାଳଙ୍ଗକୁ ସାମିଲ କରିପାରିବେ । ଖାଦ୍ୟକୁ ନିୟନ୍ତ୍ରିତ କରିବା ସହ ଖାସ୍‌ ଯତ୍ନ ନେଲେ କେଶ ଘନ ଓ ଲମ୍ବା ହୋଇବଢିଥାଏ ।