ପ୍ରମୂଖ ଖବର
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ତିର୍ତ୍ତୋଲ ବିଜେଡି ସଙ୍ଗଠନରେ ବିପର୍ଯ୍ୟୟର ସଙ୍କେତ, ବିଜେଡି ଛାଡ଼ିବେ ବିଜୟ ଶଙ୍କର !

Published By : Prameya | May 12, 2025 11:51 AM

ଜଗତସିଂହପୁର,୧୨/୦୫: ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ବିଜେଡି  ସଙ୍ଗଠନରେ ବଡ଼ ବିପର୍ଯ୍ୟୟର  ସଙ୍କେତ ମିଳିଛି । ବିରିଡ଼ି ବ୍ଲକରୁ ନୂତନ ରାଜନୈତିକ ସମୀକରଣର ପରୋକ୍ଷ ଆଭାସ ଦେଇଛନ୍ତି ତିର୍ତ୍ତୋଲ ବିଜେପି  ନେତା ରାଜକିଶୋର ବେହେରା । 

ତିର୍ତ୍ତୋଲର ପୂର୍ବତନ ବିଜେଡି  ବିଧାୟକ ବିଜୟ ଶଙ୍କର ଦାସ ମଧ୍ୟ ବିରିଡ଼ି ବ୍ଲକର  ଅଧିକାଂଶ ବିଜେଡି ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଆଗକୁ ବିଜେପିରେ ଯୋଗ ଦେବାକୁ ଚିନ୍ତା କରୁଥିବା  ସ୍ୱୀକାର କରିଛନ୍ତି । ତିର୍ତ୍ତୋଲ ବ୍ଲକରୁ କିଛି ପଞ୍ଚାୟତ  ସ୍ତରୀୟ ଜନପ୍ରତିନିଧି ବିଜେପି ଶିବିରରେ ପାଦ  ରଖିପାରନ୍ତି । ଏହାଛଡ଼ା ଯଦି ଦଳବଦଳ କରିବାକୁ  ଚାହୁଁଥିବା ନେତା ଏବଂ କର୍ମୀମାନେ  ଆନ୍ତରିକ ଇଚ୍ଛା ପ୍ରକାଶ କରନ୍ତି  ତା’ହେଲେ ବିଜେଡି ଛାଡ଼ି ସେ  ମଧ୍ୟ ବିଜେପିରେ ଯୋଗ ଦେବାକୁ  କୁଣ୍ଠାବୋଧ କରିବେନି ବୋଲି  ‘ପ୍ରମେୟ’କୁ କହିଛନ୍ତି ପୂର୍ବତନ ବିଧାୟକ ତଥା  ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର । ଦିବଙ୍ଗତ  ବିଧାୟକ ବିଷ୍ଣୁ ଦାସଙ୍କ ସଙ୍ଗଠନ ଦଳ ଛାଡ଼ିବାକୁ ପାଗ  ଭିଡ଼ିଥିବା ଚର୍ଚ୍ଚାର ପରିଧିକୁ ଆସିଛି । ଏବେ ବିଜେଡି  ସଙ୍ଗଠନକୁ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ  କିଭଳି ତାଳି ପକାଇବେ ତାହା ଦେଖିବା ବାକି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.