ଇସଲାମାବାଦ,୧୩।୧୦: ପାକିସ୍ତାନ ସରକାର ଓ ସୁରକ୍ଷା ଏଜେନ୍ସି ମୁରିଦକେରେ ତହରିକ୍-ଇ-ଲାବିକ୍ ପାକିସ୍ତାନ(ଟିଏଲ୍ପି) ବିରୋଧରେ ଜୋରଦାର ଅପରେସନ୍ ଚଳାଇଛି। ମୁରିଦକେ ଏବେ ପାଲଟିଛି ରଣ କ୍ଷେତ୍ର । ଖବର ଅନୁସାରେ, ପାକିସ୍ତାନ ସୁରକ୍ଷାବାହିନୀଙ୍କ ସହ ଲଢେଇ ବେଳେ ଟିଏଲ୍ପି ମୁଖ୍ୟ ସାଦ୍ ରିଜଭିଙ୍କ ଦେହରେ ଗୁଳିମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କର ସର୍ଜରୀ ଚାଲିଛି। ରିଜଭି ଦେହରେ ଗୁଳିମାଡ଼ ହେବାପରେ ଟିଏଲପି ସମର୍ଥକଙ୍କ ହିଂସାକାଣ୍ଡ ଆରମ୍ଭ ହୋଇଛି। ସୁତ୍ର ଅନୁସାରେ, ସାଦ୍ ରିଜଭି ଓ ଅନ୍ସ ରିଜଭି ମୁରିଦକେ ଅଞ୍ଚଳରେ ଲୁଚି ରହିଛନ୍ତି। ଟିଏଲ୍ପିର ଅଫିସିଆଲ ଓ୍ବେବସାଇଟ୍ ଅନୁସାରେ, ଏହାର ‘ନିଜାମ-ଇ-ମୁସ୍ତଫା’ (ଇସ୍ଲାମ ଶାସନ) ଲାଗୁ କରିବା।
ଡନ୍ର ଖବର ଅନୁସାରା, ପାକିସ୍ତାନ ରେଞ୍ଜର୍ସ ଓ ୫ ଜିଲ୍ଲା ପୁଲିସର ବଡ଼ ଟିମ୍ ସହିତ ସୁରକ୍ଷା ଏଜେନ୍ସିଙ୍କୁ ରବିବାର ଭୋର ସମୟରେ ମୁରିଦକେ ପଠାଯାଇଥିଲା। ଏହି ଏଜେନ୍ସି ଟିଏଲ୍ପିର କ୍ୟାମ୍ପକୁ ଘେରାଉ କରିନେଇଛି। କୁହାଯାଉଛି ଯେ, ପାକିସ୍ତାନ ସରକାର ଟିଏଲପି ବିରୋଧରେ ବଡ଼ ଅପରେସନ୍ ପ୍ରସ୍ତୁତ କରୁଛି। ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଟିଏଲପିର ସଦସ୍ୟଙ୍କୁ ସହର ଆଡକୁ ବଢିବାର ଚେଷ୍ଟାକୁ ଫେଲ୍ କରିଦେଇଛନ୍ତି। ଅଧିକାରୀମାନେ ଟିଏଲପିର ଇସ୍ଲାମାବାଦ ମାର୍ଚ୍ଚକୁ ରୋକିବା ପାଇଁ ଖାଲ ଖୋଳି ରଖିଥିଲେ ଓ ତାର ରାସ୍ତାକୁ ମଧ୍ୟ ସିଲ୍ କରିଦେଇଥିଲେ। ଉଲ୍ଲେଖନୀୟ ଯେ, ମୁରିଦକେ ହେଉଛି ସେହି ସ୍ଥାନ, ଯେଉଁଠି ‘ଅପରେସନ୍ ସିନ୍ଦୂର’ ବେଳେ ଭାରତ ଏୟାରଷ୍ଟ୍ରାଇକ୍ କରିଥିଲା।
ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ଓ ଗୃହମନ୍ତ୍ରୀ ମୋହସିନ୍ ନକଭି ରବିବାର ଦେଶର ସୁରକ୍ଷା ସ୍ଥିତିର ସମୀକ୍ଷା ପାଇଁ ବୈଠକ କରିଥିଲେ। ଲାହୋରରୁ ସହରର ୮୫ ପୋଲିସ ଷ୍ଟେସନ୍ରୁ ପ୍ରତ୍ୟେକ ୧୦ ଅଧିକାରୀଙ୍କୁ ନିଜ ନିଜର ଏସ୍ଏଚ୍ଓଙ୍କ ନେତୃତ୍ବରେ ମୁରିଦକେ ଯିବାର ନିର୍ଦ୍ଦେଶ ଦିଆଯାଇଥିଲା। ଟିଏଲ୍ପିର ଏହି ପ୍ରଦର୍ଶନ ୧୦ ଅକ୍ଟୋବରରୁ ଆରମ୍ଭ ହାଇଥିଲା। ଏହା ମୁଖ୍ୟ ରୂପରେ ପାଲେଷ୍ଟାଇନ୍ ଓ ଗାଜାର ସମର୍ଥନରେ ହୋଇଥିଲା। ଟିଏଲ୍ପି ଆମେରିକା ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ ବାହାର କରିବାର ଘୋଷଣା କରିଥିଲା। କିନ୍ତୁ ପୋଲିସ ଏହାକୁ ଅନୁମତି ଦେଇନଥିଲା। ତେବେ ଟିଏଲ୍ପି ଆରମ୍ଭ କରିଥିଲା ଶୋଭାଯାତ୍ରା। ଏହା ଇସ୍ଲାମାବଦର ଡିପ୍ଲୋମାଟିକ୍ ଏନ୍କ୍ଲେଭରେ ଆମେରିକା ଦୂତାବାସ ପର୍ଯ୍ୟନ୍ତ ପହଁଞ୍ଚିବାର ଥିଲା, କାରଣ ଟିଏଲପି ଆମେରିକାକୁ ଇସ୍ରାଏଲର ସମର୍ଥକ ଭାବ
ଏହି ପ୍ରଦର୍ଶନ ୧୦ ଅକ୍ଟୋବରୁ ଆରମ୍ଭ ହୋଇଥିଲା। ଯେତେବେଳେ ଦୁନିଆରେ ଇସ୍ରାଏଲ-ହମାସ ଅସ୍ତ୍ରବିରତିର ଚର୍ଚ୍ଚା ହେଉଥିଲା। ଅକ୍ଟୋବର ୮ ତାରିଖରେ, ପଞ୍ଜାବ ପୋଲିସ ଲାହୋରରେ ଥିବା ଟିଏଲ୍ପି ମୁଖ୍ୟାଳୟରେ ଚଢାଉ କରି ନେତା ସାଦ ରିଜଭିଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା। ଏହା ପରେ ଅକ୍ଟୋବର ୯-୧୦ ତାରିଖରେ ଲାହୋରରେ ସଂଘର୍ଷ ହୋଇଥିଲା, ଯେଉଁଠାରେ ଟିଏଲ୍ପି କର୍ମୀମାନେ ପେଟ୍ରୋଲ ବମ୍, ପଥର ଏବଂ ଅସ୍ତ୍ରଶସ୍ତ୍ରରେ ପୋଲିସ ଉପରେ ଆକ୍ରମଣ କରିଥିଲେ। ଅକ୍ଟୋବର ୧୩ ତାରିଖରେ ମୁରିଦକେରେ ପୁଣି ହିଂସା ଦେଖାଦେଇଥିଲା, ଯେଉଁଠାରେ ଜଣେ ଷ୍ଟେସନ ହାଉସ୍ ଅଫିସର (SHO) ନିହତ ହୋଇଥିଲେ, ୪୮ ଜଣ ପୋଲିସ ସହିଦ ହୋଇଥିଲେ ଏବଂ ଚାରି ଜଣ ସାଧାରଣ ନାଗରିକ ନିହତ ହୋଇଥିଲେ। ଟିଏଲ୍ପି ପାକିସ୍ତାନ ପୋଲିସକୁ ‘ଇସ୍ରାଏଲୀ ଗୁଣ୍ଡା’ ବୋଲି କହୁଛି।