ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

‘ଇଣ୍ଡି ମେଣ୍ଟ ପାଇଁ ବହୁ ତ୍ୟାଗ କରୁଛୁ’: ଆପ୍‌କୁ ଟିଏମସି ଏବଂ ଏସ୍‌ପିର ସମର୍ଥନକୁ ନେଇ କ୍ଷୋଭ ପ୍ରକାଶ କଲା କଂଗ୍ରେସ

Published By : Tapas Panda | January 15, 2025 8:43 PM

Image Courtesy: businesstoday

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଇଣ୍ଡି ମେଣ୍ଟରେ ଅସନ୍ତୋଷ ଲାଗି ରହିଛି । ଆପ୍‌ ଏବଂ କଂଗ୍ରେସ ଏକାକୀ ନିର୍ବାଚନ ଲଢ଼ୁଥିବା ବେଳେ ଇଣ୍ଡି ମେଣ୍ଟର ଅନ୍ୟ ସଦସ୍ୟ ଦଳ କେଜ୍ରିଓ୍ବାଲଙ୍କୁ ସମର୍ଥନ ଦେଇଛନ୍ତି । ମମତା ବାନାର୍ଜୀ ଟିଏମସି ଏବଂ ଅଖିଳେଶ ଯାଦବଙ୍କ ଏସପି ଆମ ଆଦମୀ ପାର୍ଟି ପାଇଁ ନିଜର ସମର୍ଥନ ଘୋଷଣା କରିସାରିଛନ୍ତି । ଏହାକୁ ନେଇ କଂଗ୍ରେସ ଚିନ୍ତାରେ ପଡ଼ିଯାଇଛି ।  ଏହାକୁ ବିରୋଧ କରିବା ସହ ଦଳୀୟ ନେତା କହିଛନ୍ତି, ଇଣ୍ଡି ମେଣ୍ଟ ପାଇଁ କଂଗ୍ରେସ ବହୁତ କିଛି ହରାଉଛି ।  

ନିକଟରେ ଅଖିଳେଶ ଯାଦବ ଦିଲ୍ଲୀରେ ଆପ୍‌ ଶକ୍ତିଶାଳୀ ଥିବାରୁ ତାକୁ ସମର୍ଥନ ଦେଉଛି ବୋଲି କହିଥିଲେ । ଏହା ଉପରେ କଂଗ୍ରେସର ସାଧାରଣ ସଂପାଦକ କେସି ବେଣୁଗୋପାଳ କହିଛନ୍ତି, ‘ଇଣ୍ଡି ମେଣ୍ଟରେ ଥିବା ସବୁ ଦଳର ଭାବନାକୁ ଆମେ ସମର୍ଥନ ଦେଉଛୁ । ସେମାନେ ବୁଝିବା ଦରକାର ଯେ, ଇଣ୍ଡି ମେଣ୍ଟ ପାଇଁ କଂଗ୍ରେସ ବହୁତ କିଛି ତ୍ୟାଗ କରୁଛି ।’

ସେ କହିଛନ୍ତି, ‘ଆମ ଦଳ କଂଗ୍ରେସ ମଧ୍ୟ ଦିଲ୍ଲୀରେ ନିର୍ବାଚନ ଲଢ଼ୁଛି । ଆମ ଏହି ଲଢ଼େଇର ଲକ୍ଷ୍ୟ ସ୍ପଷ୍ଟ ।’  ଏହା ପୂର୍ବରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଥିଲେ, କଂଗ୍ରେସକୁ ଛାଡ଼ି ଆମେ ଆପ୍‌କୁ ସମର୍ଥନ ଦେବାର କାରଣ ହେଉଛି, ଆପ ଦିଲ୍ଲୀରେ ଶକ୍ତିଶାଳୀ ଏବଂ  ବିଜେପିକୁ ହରାଇବା ଏହାର ପ୍ରାଥମିକ ଉଦ୍ଦେଶ୍ୟ । 

ଏହା ସହ ଅଖିଳେଶ ଯାଦବ କହିଥିଲେ, ‘ଯେଉଁ ଦଳ ଷ୍ଟ୍ରଙ୍ଗ ଥିବ ଏବଂ ବିଜେପିକୁ ଟକ୍କର ଦେଉଥିବ ସେହି ଦଳକୁ ସମର୍ଥନ ଦେବା ଦରକାର । ଆମର ମୁଖ୍ୟ ଉଦ୍ଦେଶ୍ୟ ବିଜେପିକୁ ହରାଇବା ହୋଇଥିବାରୁ ଯେଉଁ ପାର୍ଟି ଏହାକୁ ଟକ୍କର ଦେଇପାରିବ ତାକୁ ସମର୍ଥନ ଦେବାର ଆବଶ୍ୟକତା ରହିଛି । କଂଗ୍ରେସ, ଆପ୍‌ କିମ୍ବା ଏସପି ହେଉ ଯିଏ ଅଧିକ ଦାବିଦାର ସେହି ଦଳକୁ ସମର୍ଥନ ଦେବାକୁ ସେ ଇଣ୍ଡି ମେଣ୍ଟର ଅନ୍ୟ ସହଯୋଗୀ ଦଳଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ।  ଅଖିଳେଶଙ୍କ ପରେ ପରେ ଟିଏମସି କେଜ୍ରିଓ୍ବାଲଙ୍କୁ ନିଜର ସମର୍ଥନ ଜଣାଇଥିଲା । ଟିଏମସି ସାଧାରଣ ସଂପାଦକ ଏବଂ ସାଂସଦ ଅଭିଷେଖ ବାନାର୍ଜୀ ପ୍ରଶ୍ନ କରିଥିଲେ ଯେ, ଆପ୍‌କୁ ସମର୍ଥନ ନକରି ଆମେ କାହିଁକି ବିଜେପିକୁ ସାହାଯ୍ୟ କରିବୁ ?  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.