ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ମହାରାଷ୍ଟ୍ରରେ ହାରିବା ପରେ କଂଗ୍ରେସକୁ ଟିଏମ୍‌ସିର ପ୍ରସ୍ତାବ, ଅହଂକାର ଛାଡି ମମତାଙ୍କୁ ‘ଇଣ୍ଡିଆ’ର ନେତୃତ୍ବ ଦିଅ

Published By : Harapriya Biswal | November 25, 2024 5:07 PM

କୋଲକାତା,୨୫।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସର ସ୍ଥିତି ଖୁବ୍ ଖରାପ ହେବାପରେ ଏହାର ନେତୃତ୍ବ ଉପରେ ପ୍ରଶ୍ନ ଉଠିଛି। ଟିଏମ୍‌ସି ପଶ୍ଚିମବଙ୍ଗରେ ସମସ୍ତ ୬ଟି ବିଧାନସଭା ଆସନରେ ଉପ-ନିର୍ବାଚନ ଜିତିଛି। ଏଥିପାଇଁ ଟିଏମ୍‌ସିର ନେତା ମଧ୍ୟ ଉତ୍ସାହିତ ଅଛନ୍ତି। ସେଭଳି ମହାରାଷ୍ଟ୍ରରେ କଂଗ୍ରେସର ପରାଜୟକୁ ନେଇ ଇଣ୍ଡିଆ ଆଲାୟନ୍ସର ନେତୃତ୍ବ ପରିବର୍ତ୍ତନର ଦାବି ମଧ୍ୟ ଉଠାଇଛି। ଦଳର ବରିଷ୍ଠ ନେତା ଓ ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, କଂଗ୍ରେସକୁ ଅହଂକାର ନିଜ ପାଖରେ ରଖିବା ଦରକାର ଓ ମମନା ବାନାର୍ଜୀଙ୍କୁ ଇଣ୍ଡିଆ ବ୍ଲକର ଲିଡର ଘୋଷିତ କରାଯାଉ। ସେ କହିଛନ୍ତି, ମଜବୁତ ଓ ନିର୍ଣ୍ଣାୟକ ନେତୃତ୍ବଙ୍କ ଦରକାର ରହିଛି।  

ଟିଏମ୍‌ସି ସାଂସଦ ଦାବି କହିଛନ୍ତି, ମମତା ବାନାର୍ଜୀଙ୍କ ପାଖରେ ମଜବୁତ ନେତୃତ୍ବ ରହିଛି। ଏହା ସହ ତୃଣମୂଳ ସ୍ତରରେ ତାଙ୍କୁ ବିରୋଧି ମେଣ୍ଟ ପାଇଁ ସବୁଠାରୁ ଆଗରେ ରହିବା ଦରକାର। କଂଗ୍ରେସ ଓ ଅନ୍ୟ ବିରୋଧି ଦଳକୁ ନିକଟରେ ନିର୍ବାଚନରେ ମିଳୁଥିବା ବିଫଳତାକୁ ସ୍ବୀକାର କରିବାକୁ ହେବ। ଏବେ ବ୍ୟକ୍ତିଗତ ମହତ୍ବକାଂକ୍ଷାକୁ ଛାଡି ଏକତାକୁ ପ୍ରାଥମିକତା ଦେବା ଦରକାର। ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ମୁଖ୍ୟମନ୍ତ୍ରୀ ମମତାଙ୍କ ବିଜେପି ସହ ଲଢିବାର ଟ୍ରାକ୍ ରେକର୍ଡ ବିଷୟରେ କହିଛନ୍ତି। ସେ ମମତା ବାନାର୍ଜୀଙ୍କୁ ଜଣେ ସଫଳ ନେତ୍ରୀ ବୋଲି କହିଛନ୍ତି। ସେ ନିଜର ନେତୃତ୍ବ ଓ କ୍ଷମତା ଦ୍ବାରା ଏକ ଆଦର୍ଶ ଚେହେରା ତିଆରି କରିଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.