ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ

Published By : Prameya | January 17, 2025 12:15 PM

ବାରିପଦା,୧୭/୦୧: ଶିମିଳିପାଳକୁ  ଶିକାରୀ ମୁକ୍ତ କରିବାର ପ୍ରୟାସ ସତ୍ତେ୍ୱ  ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ  ଉତ୍ପାତରେ ରୋକ ଲାଗୁନାହିଁ । ଶିମିଳିପାଳରେ ଦେଢ଼ ବର୍ଷର କଳା ବାଘ ଶିକାର ପରେ ସରକାର ଆକ୍ସନ ମୋଡ଼କୁ ଆସିଛନ୍ତି  ସରକାର । ଏଣିକି ଶିମିଳିପାଳର ଶିକାରୀ ପ୍ରବଣ ଅଂଚଳରେ ପୁଲିସ ପାଟ୍ରୋଲିଂ  ଜାରି ରହିବ । ଶୁକ୍ରବାରଠାରୁ ଶିମିଳିପାଳ  ଜଗିବେ ପୁଲିସ ଫୋର୍ସ ।

ଶିମିଳିପାଳରେ ପ୍ରାଥମିକ  ପର୍ଯ୍ୟାୟରେ ୧ ପ୍ଲାଟୁନ ପୁଲିସ ଫୋର୍ସ  ମୁତୟନ ହେବେ । ଜଏଣ୍ଟ ଟାସ୍କଫୋର୍ସ ସହ ମିଶି ପାଟ୍ରୋଲିଂ ସହ ଫ୍ଲାଗମାର୍ଚ୍ଚ କରି  ରେଡ୍‌ କରିବେ ବୋଲି ମୟୂରଭଞ୍ଜ ଏସ୍‌ପି  ବରୁଣ ଗୁଣ୍ଟୁପଲ୍ଲୀ ସୂଚନା ଦେଇଛନ୍ତି ।  ଏଥିସହ ଶିମିଳିପାଳ ସୁରକ୍ଷା ପାଇଁ ଆଉ ୧୫୦ କ୍ୟାମେରା ଲାଗିବ ବୋଲି ପିସିସିଏଫ୍‌  ପ୍ରେମ କୁମାର ଝା ସୂଚନା ଦେଇଛନ୍ତି । ଶିମିଳିପାଳକୁ ଶିକାରୀ ମୁକ୍ତ  କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ  ନେବାକୁ ଯାଉଛନ୍ତି । ବାରମ୍ବାର ଶିକାରୀଙ୍କ  ଅନୁପ୍ରବେଶରୁ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କ  ସୁରକ୍ଷା ବିପନ୍ନ ହେଉଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.